ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ଦୁଃଖ ଠାରୁ ବଳିଗଲା ଦାଦନ ନିର୍ଯାତନା ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିଞ୍ଝଗିରି ଗାଁର ବାରିକ ନାଇକ ନାମକ ଜଣେ ପ୍ରବାସୀ ଓଡ଼ିଆଙ୍କ ଦୁଃଖକଥା । ଗତ ଚାରି ତାରିଖରୁ ବାରିକ ଆସି ଗ୍ରାମ ନିକଟ ଜଙ୍ଗଲରେ ରହିଛନ୍ତି । ସେ ସୁଦୂର ଚେନ୍ନାଇରେ ରହି ଦିନ ମଜୁରିଆ ଶ୍ରମିକ ଭାବେ କାମ କରୁଥିଲେ । ହେଲେ କୋରନା ମାହାମରୀ ପାଇଁ ସେ ଚେନାଇରୁ ଟ୍ରେନରେ ଆସି ବ୍ରହ୍ମପୁରରେ ପହଞ୍ଚି ଥିଲେ । ସେଠାରୁ ବସ ଯୋଗେ ନିଜ ଭଞ୍ଜନଗର ବ୍ଲକରେ ପହଂଚି ଥିଲେ । ପହଞ୍ଚିବା ପରେ ସେ ସ୍ଥାନୀୟ ବିଡ଼ିଓ ଓ ସରପଞ୍ଚଙ୍କୁ ଯୋଗା ଯୋଗ କରିଥିଲେ କିନ୍ତୁ ସେଠାରେ ବ୍ଳକ ପ୍ରଶାସନ କିମ୍ବା ସରପଞ୍ଚଙ୍କ ତରଫରୁ କୌଣସି ସହାୟତା ମିଳିନଥିଲା । ସେଠାରୁ କୌଣସି ସୁବିଧା ନପାଇବାରୁ ସେ ଚାଲି ଚାଲି ନିଜ ଗାଁ’କୁ ଆସିଥିଲେ । କିନ୍ତୁ ଗାଁ ଲୋକେ ଗ୍ରାମ ଭିତରକୁ ପ୍ରବେଶ କରିବାକୁ ବିରୋଧ କରିବା ସହ ପ୍ରତିବାଦ କରିଥିଲେ । ଫଳରେ ସେ ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିବାକୁ ବାଧ୍ୟ ହୋଇଥିଲେ । ସୂଚନା ପାଇଁ ସେଠାକାର ଅଙ୍ଗନବାଡି ଦିଦି ଓ ସରପଞ୍ଚ ପ୍ରତିନିଧି ପହଞ୍ଚି ସଂଗରୋଧ କେନ୍ଦ୍ର ଯିବାକୁ କହିଥିଲେ । କିନ୍ତୁ ଯୁବକ ଜଣଙ୍କ ଦୁଇଦିନ ହେଲା କିଛି ନଖାଇ ମାନସିକ ଭାରସାମ୍ୟ ହରାଇ ସଂଗରୋଧ କେନ୍ଦ୍ରକୁ ଯିବାକୁ ମନା କରିବା ସହ ସରପଞ୍ଚ ପ୍ରତିନିଧି ଓ ଅସାଦିଦିଙ୍କୁ ଗାଳିଗୁଲଜ କରିଥିଲେ ପ୍ରବାସୀ ଜଣକ । ସୂଚନା ପାଇ ଘଟଣା ସ୍ଥଳରେ ଆଜି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ବ୍ଲକ କର୍ମଚାରୀ ପହଞ୍ଚି ପ୍ରବାସୀ ଫେରନ୍ତା ଯୁବକକୁ ଉଦ୍ଧାର କରିବା ସହ ନିକଟସ୍ଥ ବିଂଝଗିରି ସଙ୍ଗରୋଧ କେନ୍ଦ୍ରକୁ ପଠାଇଛନ୍ତି । ଏ ନେଇ ଆମେ ବିଡ଼ିଓ ଅନିଲ କୁମାର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଉଭୟ ବାପା ଓ ପୁଅ ଚେନ୍ନାଇରୁ ଆସି ଭଞ୍ଜନଗରରେ ପହଞ୍ଚିବା ପରେ ଉଭୟଙ୍କୁ ଜିଲୁଣ୍ଡି ସଂଘରୋଧ କେନ୍ଦ୍ରକୁ ପଠାଯାଇଥିଲା । ହେଲେ ବାଟରେ ବାରିକ ଗ୍ରାମକୁ ପଳେଇ ଆସିଥିବା ବେଳେ ତାଙ୍କ ପୁଅ ଜିଲୁଣ୍ଡି ସଂଘରୋଧ କେନ୍ଦ୍ରରେ ଅଛନ୍ତି । ବର୍ତ୍ତମାନ ବାରିକ ଗ୍ରାମ ସଂଘରୋଧରେ ରହି ନିଶାଦ୍ରବ୍ୟ ସେବନ କରି ବିଶୁଙ୍ଖଳା ସୃଷ୍ଟି କରୁଥିବାରୁ ତାଙ୍କୁ ମୁଜାଗଡ଼ ସଂଘରୋଧକୁ ସ୍ଥାନାନ୍ତର କରାଯିବ ।
ରିପୋର୍ଟ – ନିଲୁ ବିଷୋୟୀ