

ଭଞ୍ଜନଗର (ସମୃଦ୍ଧ ଓଡିଶା) ମହାମାରୀ କୋରନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ମାରାତ୍ମକ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଓ ଜନସାଧାରଣଙ୍କ ପାଇଁ ଆଗ ଧାଡିର ଯୋଦ୍ଧା ଭାବେ ଅଣ୍ଟା ଭିଡି ଛିଡା ହୋଇଛନ୍ତି ସ୍ୱାସ୍ଥ୍ୟ କର୍ମଚାରି, ସଫେଇ କର୍ମଚାରୀ, ପୋଲିସ ଓ ଜିଲ୍ଲା ପ୍ରଶାସନ, ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ, ଅଙ୍ଗନାବାଡି କର୍ମୀ, ଆଶା ଦିଦି ମାନେ । ଧନଜୀବନକୁ ରକ୍ଷା କରିବା ପାଇଁ ଆଗଧାଡିର ଯୋଦ୍ଧାମାନଙ୍କ ଭିତରେ ପୋଲିସ କର୍ମଚାରୀ ମାନେ ଅନ୍ୟତମ । ଭଞ୍ଜନଗର ନିକଟସ୍ଥ କୁଲାଡ ଠାରେ ବଜେପିର ସମସ୍ତ କର୍ମକର୍ତ୍ତା କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମlନନ୍ଦ ଦାଶ ଏବଂ ପଞ୍ଚାୟତ ପ୍ରମୁଖ ସଞ୍ଜୟ ପ୍ରଧାନଙ୍କ ନେତୃତ୍ୱରେ କୁଲାଡ଼ ପୋଲିସ ଫାଣ୍ଡିର ସମସ୍ତ କାର୍ଯ୍ୟରତ ପୋଲିସମାନଙ୍କୁ ଉପଢ଼ୌକନ ଦେଇ କୋରନା ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ । ଏଭଳି ସ୍ଥିତିରେ ପୋଲିସର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରାଯାଇଛି ।
ରିପୋର୍ଟ : ନିଲୁ ବିଷୋୟୀ