

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି କୋରୋନା ପାଇଁ ସ୍ଵଗୃହରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ପ୍ରାତଃ ୭ ରୁ ୮ ଘଣ୍ଟିକା ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସରକାରୀ ଘୋଷଣାନାମା ଅନୁସାରେ କୋଭିଡ଼-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ସ୍ୱଗୃହରେ ରହି, ସାମାଜିକ ଦୂରତ୍ୱ ବଜାୟ ରଖି ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସମରଶିକ୍ଷାର୍ଥୀ ଆକାଶ ବାହିନୀର ଚିଫ୍ ଅଫିସର ଡ଼ା. ଦେବୀ ପ୍ରସାଦ ମିଶ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଯୋଗାସନ ପ୍ରଦର୍ଶନ କରି ସର୍ବଭାରତୀୟ ତଥା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପୂର୍ବକ ଆୟୁଷ ମନ୍ତ୍ରଣାଳୟକୁ ସ୍ଵଯୋଗାସନର ଫୋଟୋଚିତ୍ର ଓ ଭିଡିଓ ସଂସ୍କୃତ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଯୋଗର ଐତିହାସିକ ପୃଷ୍ଠଭୂମି, ସମଗ୍ର ବିଶ୍ୱରେ ଯୋଗ କ୍ଷେତ୍ରରେ ଭାରତର ସ୍ଥାନ, ସ୍ୱାସ୍ଥ୍ୟରକ୍ଷା ଓ ନିରୋଗ ରହିବା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ତଥ୍ୟାଭିତ୍ତିକ ଅଭିଭାଷଣ ସବୁକୁ ପ୍ରେରଣ କରିଛନ୍ତି । ଅନ୍ୟମାନେ ଏଥିରୁ ପ୍ରେରଣା ଲାଭ କରିବେ ବୋଲି ଉଭୟେ ଦୃଢ଼ ଆଶାପୋଷଣ କରିଛନ୍ତି ଓ ସମସ୍ତେ ଯୋଗାଭ୍ୟାସ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ରିପୋର୍ଟ : ଶୁଭମ ପାଣି

