କ୍ରାନ୍ତି ଅନୁଷ୍ଠାନ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କ୍ରାନ୍ତି ଅନୁଷ୍ଠାନ ତରଫରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ତମ ଜୟନ୍ତୀ ପାଳିନ ହୋଇଯାଇଛି ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏମକେସିଜି ପରିସରରେ ପ୍ରତିଷ୍ଠିତ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ
ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଥିବା ରଥକୁ ନେଇ ନଗର ପରିକ୍ରମା କରିଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼. ଦେବାନନ୍ଦ ଦାଶ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ଉଦଘାଟନ କରିଥିବା ବେଳେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୁବ ନେତା ବିକ୍ରମ ପଣ୍ଡା, ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, କାଲାମ ଇନଷ୍ଟିଟ୍ୟୁଟ ସମ୍ପାଦକ ସନ୍ତୋଷ କୁମାର ଜେନା, ଏସଏମଆଇଟି ସଭାପତି ଭଗବାନ ଗନ୍ତାୟତ, ଏଚଆଇଟି ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଣ୍ଡା ଏବଂ ଅଧ୍ୟକ୍ଷ ଶିବ ପ୍ରସାଦ ମହାପାତ୍ର, ପ୍ରାକ୍ତନ ଶିକ୍ଷକ ବିରୁପାକ୍ଷ ଦାଶ, ବ୍ରହ୍ମପୁର ଷ୍ଟାଡିୟମ ଇନଚାର୍ଜ ସଚ୍ଚିନ୍ଦ୍ର ମାଝି, ରାମକୃଷ୍ଣ ଆଶ୍ରମର ଉପସଭାପତି ପଦ୍ମନାଭ ମହାରଣା, ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର, ରାମକୃଷ୍ଣ ଆଶ୍ରମର ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡିତ ଯୋଗଦେଇ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଯୁବକ ଯୁବତୀଙ୍କୁ ଉତ୍ସାହିତ କରିଥିଲେ । ପରେ ଗିରି ରୋଡ଼ ସ୍ଥିତ ଗୀତାଭବନରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଥିଲା । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼. ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ସର୍ଭେ ଜଗନ୍ନାଥ ଚେତନା ଫାଉଣ୍ଡେସନର ସଭାପତି ପଦ୍ମଚରଣ ଦାସ, ଗୀତାଭବନ ସମ୍ପାଦକ ସିମାଞ୍ଚଳ ତ୍ରିପାଠୀ, ରାମକୃଷ୍ଣ ଆଶ୍ରମର ଉପସଭାପତି ପଦ୍ମନାଭ ମହାରଣା, କେଦାରନାଥ ଚୌଧୁରୀ ଯୋଗଦେଇ ସ୍ୱାମୀଜୀଙ୍କ ଉପଦେଶକୁ ଛାତ୍ରଛାତ୍ରୀମନାଙ୍କୁ କହିଥିଲେ । ଶିକ୍ଷକ ମୁକୁନ୍ଦ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କ୍ରାନ୍ତିର ନିର୍ମଳା ଦାସ, ଦେବରାଜ ରାଉତ, କୃଷ୍ଣଚନ୍ଦ୍ର ଚୋୖଧୁରୀ, ଦେବବ୍ରତ ଗୌଡ଼, ମନୋଜ କୁମାର ସାହୁ, ସରୋଜ କୁମାର ସାହୁ, ଗୀତ ସାହୁ, ସୁନିତା ପଣ୍ଡା, ରାଜେଶ କୁମାର ପାତ୍ର, ମାନସ କୁମାର ରଥ, ଚର୍ଚ୍ଚିକ ଦାସ, ଆଦିତ୍ୟ କୁମାର ପଟ୍ଟନାୟକ ଓ ଚିନ୍ମୟାନନ୍ଦ ଦାସ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା