
ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ଷ୍ଟେସନ ରୋଡ ରାମ ମନ୍ଦିର ନିକଟରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଛି । ବର୍ତ୍ତମାନ ଲୋକ୍ ଡାଉନ ପରିସ୍ଥିତିରେ ରକ୍ତ ଭଣ୍ଡାରରେ ପ୍ରବଳ ମାତ୍ରାରେ ରକ୍ତର ଅଭାବ ସୃଷ୍ଟି ହୋଇଥିବାରୁ ଏହି ଅଭାବ ଦୂର କରିବା ପାଇଁ ଛତ୍ରପୁରର କ୍ରାନ୍ତି ଯୁବ ଛାତ୍ର ସଂଗଠନ ଓ ନାରାୟଣ ଯୁବ ସେବା ସଂଘ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ପାଖାପାଖି ୪୦ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ରାନ୍ତି ଯୁବ ଛାତ୍ର ସଂଗଠନର ସଭାପତି ଇଜୁ ଅମିନ ଖାନ୍ ନାରାୟଣ ଯୁବ ସେବା ସଂଘର ସଭାପତି ଜଲାଲ ଖାନ ଯୁବ ନେତା ଚିଙ୍କରା ବେହେରା, ଶିବ ପ୍ରସାଦ ବେହେରା, ଚିଦାନନ୍ଦ ପ୍ରଧାନ, ରଞ୍ଜିତ ରଥ, କୃଷ୍ଣ ନାହାକ, ଅଭିଷେକ ପଟ୍ଟନାୟକ, ହେମନ୍ତ ବେହେରା, ନାଗେଶ୍ୱର ରାଓ, ସନ୍ତୋଷ ରାଓ, କୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


