

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ଖାମଖିଆଲି ନିତି ଆଉ ସମସ୍ୟା ପ୍ରତି ଅଣଦେଖା ବିରୋଧରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ସ୍ଥଗିତ କରିବା ପାଇଁ ଆନ୍ଦୋଳନକୁ ଓହ୍ଲାଇ କଲେଜକୁ ବନ୍ଦ କରି ମୁଖ୍ୟ ଫାଟକରେ ତାଲାପକାଇ ଗେଟ ସାମ୍ନାରେ ଧାରାଣାରେ ବସିଥିଲେ । ପରୀକ୍ଷା ଥିବାରୁ କଲେଜ ଅଧ୍ୟକ୍ଷା ପରୀକ୍ଷା ନିୟନ୍ତ୍ରକ ଫୋନରେ ଅନୁରୋଧ କରିବା ପରେ ଧାରଣରୁ ହଟିଥିଲେ । ଆଜି ପୁଣି ଛତ୍ରପୁର ମହାବିଦ୍ୟାଳୟର ପୂର୍ବତନ ଛାତ୍ରନେତା ଓ ଛାତ୍ର ପ୍ରତିନିଧିମାନଙ୍କ ପକ୍ଷରୁ ଖୋଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟରକୁ ଘେରାଉ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସାମ୍ନାରେ ଛାତ୍ରଛାତ୍ରୀମାନେ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ସ୍ଲୋଗାନ ଦେଇ ପରୀକ୍ଷାଜନୀତ ତ୍ରୁଟିକୁ ନେଇ ନିନ୍ଦା କରିଥିଲେ ଓ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନସ୍ଥ କରାଯାଉ । କ୍ଲଷ୍ଟର ବିଶ୍ୱବିଦ୍ୟାଳୟରୁ ଭିନ୍ନ କରାଯାଉ ବୋଲି ମଧ୍ୟ ଦାବିକରି ସ୍ଲୋଗାନ ଦେଇଥିଲେ । ଅଭିଯୋଗ ଅନୁଯାୟୀ ଯେ ୨୦୧୫ ବର୍ଷରେ ଛତ୍ରପୁର ବିଞ୍ଜାନ ମହାବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରୁ ପୃଥକ କରି କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଘୋଷାଣ ହେବ ଠାରୁ ଛାତ୍ରଛାତ୍ରୀ ମାନେ ନାନା ସମସ୍ୟାରେ ପେଶି ହେଉଛନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଏବଂ ବିଭିନ୍ନ ସମସ୍ୟା ବାରମ୍ବାର ଅଭିଯୋଗ କରାଯାଇଛି ତଥାପି ଛତ୍ରପୁର ମହାବିଦ୍ୟାଳୟକୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ କୌଣସିବି ସମସ୍ୟାକୁ ଗାମ୍ଭୀର୍ଯ୍ୟଭାବେ ଯମାରୁ ନେଉନାହିଁ ବୋଲି ବିଷୋଦଗାର କରିଛନ୍ତି । ଏଥିପାଇଁ ଆଜି ଛାତ୍ରଛାତ୍ରୀମାନେ ଆମକୁ ପୂର୍ବଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆଧିନରେ ରଖାଯାଉ ବୋଲି ଦାବି କରିଥିଲେ । କ୍ଲଷ୍ଟର ଅଧିନରେ ଦୀର୍ଘଦିନ ହେଲା କୌଣସି ପ୍ରକାର ମଧ୍ୟ ବିକାଶ ନହୋଇ କେବଳ ଛାତ୍ରଛାତ୍ରୀମାନଙ୍କ ବିନାଶ ହିଁ ବଢିଚାଲିଛି ବୋଲି ଛାତ୍ରନେତା ମାନେ ଅଭିଯୋଗ ବଖାଣିଛନ୍ତି । ଦାବିଗୁଡିକ ମଧ୍ୟରୁ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଠିକ ସମୟରେ ନ ହେବା ଓ ଅନ୍ୟ ଶିଲାବସରୁ ପ୍ରଶ୍ନପତ୍ର ଆସିବା ସେମିଷ୍ଟାର ରେଜଲ୍ଟ ଠିକ୍ ସମୟରେ ନ ବାହାରିବା ତ୍ରୁଟିପୂର୍ଣ୍ଣ ଭାବେ ମାର୍କଦେବା ଯୁକ୍ତ ତିନି ସରିବା ପରେ ମଧ୍ୟ ବେକ୍ ପେପରମାନଙ୍କ ରିଜଲ୍ଡ ନବାହାରି ଏହି ସବୁ କାରଣକୁ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ଖାମଖିଆଲି ଭାବେ ନେବାରୁ ଆଜି ଶହଶହ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇଯାଉଛି ବୋଲି କହିଛନ୍ତି । ଏହି ଆନ୍ଦୋଳନରେ ଆଜି ଛାତ୍ରନେତା ଇଜୁ ଆମିନ୍ ଖାନଙ୍କ ନେତୃତ୍ଵରେ ଜଲାଲ ଖାନ, ମହେଶ ଗୌଡ, ଞ୍ଜାନ ରଞ୍ଜନ ସାହୁ, ତାପସ ରଥ, ଅନିଲ ରାଉଳ, ଚିଦାନନ୍ଦ ପ୍ରଧାନ, ପି. ୟାମିନି ରେଡି, ଅଭିଷେକ ପଟ୍ଟନାୟକ, ରୋହନ ଗୌଡ, ଅନ୍ତର୍ଯ୍ୟାମୀ ପ୍ରଧାନ, ଅମିତ ପୋଲେଇ, ପ୍ରଦିପ ନାହାକ, ସୁନିଲ ରାଉଳ, ଲିଙ୍ଗରାଜ ରେଡି,ଏନ୍ ଦୁଷ୍ମନ୍ତ ରାଓ, ମାନସ ଗୌଡ ଏହି ସମସ୍ତେ ଆନ୍ଦୋଳନକୁ ନେତୃତ୍ବ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଳପତିଙ୍କ ଅନୁପସ୍ଥିତି ଯୋଗୁ ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲରଙ୍କ ସହ ଦୀର୍ଘ ସମୟଧରି ଯୁକ୍ତି ତର୍କ ହେବା ପରେ ଆଗାମୀ ପନ୍ଦର ଦିନ ମଧ୍ୟରେ ବୌଠକ ଡାକାଇ ଏସମସ୍ତ ସମସ୍ୟା ସମାଧାନ କରିବାର ପ୍ରତିଶୃତି ପରେ ଧାରଣକୁ ପ୍ରତ୍ୟାହାର କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




