
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ପିପିିଲିର ନବନିର୍ବାଚିତ ବିଧାୟକ ପ୍ରଦୀପ ମହାରଥୀ ସାମୟିକ ଅସୁସ୍ଥ ହେବା ପରେ ବୁଧବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ମଧୁମେହ ରୋଗ ଯୋଗୁ ସେ ଚିକିତ୍ସାଧୀନ ଥିଲେ । ହଠାତ୍ ସନ୍ଧ୍ୟାବେଳେ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରମାନେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ମେଡିସିନ ୱାର୍ଡକୁ ପଠାଇଥିଲେ ।
ରିପୋର୍ଟ : ଆକାଶ ମିଶ୍ର