କ୍ୱାଟର ଛାତରୁ ଖସିଲା ପଲସ୍ତରା : ହାତୀଗଡ ଏଏନ୍ଏମ୍ ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ତଥା ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବସ୍ଥାନ କରୁଥିବା ଏଏନ୍ଏମ୍ ଭାରତୀ ଗିରିଙ୍କ କ୍ୱାଟର ଛାତରୁ ବ୍ୟାପକ ପୁଲସ୍ତରା ଖସିବାରୁ ପରିବାରବର୍ଗ ଭୟଭୀତ ହେବା ସହିତ ସେ ଆହତ ହୋଇ ଚିକିତ୍ସତ ହେଉଛନ୍ତି । ଘଟଣାରୁ ପ୍ରକାଶ, ଗତ ଶନିବାର ହାଠାତ୍ ତାଙ୍କ ରୋଷେଇ ଶାଳର ଛାତରୁ ଅର୍ଦ୍ଧାଧିକ ପୁଲସ୍ତରା ଖସିପଡିଥିଲା । ଏଭହି ଶବ୍ଦ ଥିଲା ଯେ ନିକଟସ୍ଥଲୋକେ ଗ୍ୟାସଟାଙ୍କି ଫାଟିଯିବାଭଳି ଶବ୍ଦ ହୋଇଥିଲା । ପ୍ରକାଶଯୋଗ୍ୟ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଜଳେଶ୍ୱର ବ୍ଲକ ଠାରୁ ବହୁ ଦୂରରେ ଏବଂ ଆଦିବାସୀ ଅଧ୍ୟୁସିତ ତଥା ପାହାଡଘେରା ଜଂଗଲ ଅଂଚଳରେ ହୋଇଥିବାରୁ ସେଠାରେ ବିଭିନ୍ନ ନିମ୍ନମାନର ହେଉଥିବାର ବିଭିନ୍ନ ସମୟରେ ଅଭିଯୋଗ ହେଉଛି । ଏଏନ୍ଏମ୍ଙ୍କ କ୍ୟୁାଟର ପୁଲସ୍ତରା ଖସିବା, ଷ୍ଟାପନର୍ସ ଓ ଫାର୍ମସିଷ୍ଟ କ୍ୟୁଟରରେ ନୂତନଭାବେ ପଡିଥିବା ଛାତରୁ ସାମାନ୍ୟ ବର୍ଷାରେ ପାଣି ଗଳିବା, ନିକଟରେ ନୂତନ ଭାବେ ତିଆରି ହୋଇଥିବା ଲେବର ରୁମରେ ବର୍ଷାପାଣି ଧରିବା ଇତ୍ୟାଦି ବହୁ ଅଭିଯୋଗ ବିଭିନ୍ନ ସମୟରେ ହୋଇଛି । ପ୍ରକାଶଯୋଗ୍ୟ ଜଳେଶ୍ୱରସ୍ଥିତ ଆର୍ଡି ବିଭାଗ ହାତୀଗଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା ନିର୍ମାଣ ଓ ମରାମତି ଦାୟିତ୍ୱ ନେଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ହେଉଥିବା ସଂପର୍କରେ ରୋଗୀ କଲ୍ୟାଣ ସମିତି ଓ ଖାଦ୍ୟତଦାରଖ କମିଟି ଅଭିଯୋଗ କରିଛି । କର୍ତ୍ତୃପକ୍ଷ ଏଥିଲାଗି ଦୃଷ୍ଟି ଦେବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା