କ୍ୱାରାଣ୍ଟାଇନ୍‌ରେ ଥିବା ସଂକ୍ରମିତ ଅଞ୍ଚଳର ବ୍ୟକ୍ତିଙ୍କ ହେଉ ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩ ଦିନ ତଳେ ଭୂବନେଶ୍ୱରର କରୋନା ଭୁତାଣୁ ସଂକ୍ରମିତ ବମିଖାଳ ଅଞ୍ଚଳରୁ ୧୪୮ଜଣ ବ୍ୟକ୍ତି ପଶ୍ଚିମବଙ୍ଗକୁ ପ୍ରବେଶ ନ କରିପାରି ବାଲେଶ୍ୱର ଜିଲାପାଳଙ୍କ ନିର୍ଦ୍ଦେଶରେ ଜଳେଶ୍ୱର ପ୍ରଶାସନ ଦ୍ୱାରା କ୍ୟାରାଣ୍ଟାଇନ୍‌ରେ ରହିଛନ୍ତି । ସେମାନେ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ରହୁଥିବାରୁ ଏବଂ ସମୟ ଉଣ୍ଡି ନିକଟସ୍ଥ ବଜାରକୁ ଯାଇ ଆବଶ୍ୟକ ଆସବାପତ୍ର କିଣୁଥିବାରୁ ଜଳେଶ୍ୱର ସହରର ବହୁ ବ୍ୟକ୍ତି କ୍ଷୁବ୍ଧ ହେଉଛନ୍ତି । ମହାବିଦ୍ୟାଳୟର ପାଇଖାନା ଇତ୍ୟା ବ୍ୟବହାର ନ କରି ପରିସର ଅଞ୍ଚଳରେ ଅପରିସ୍କାର କରୁଥିବାର ମଧ୍ୟ ଅଭିଯୋଗ ହୋଇ ଆସୁଛି । ତାହା ଏକ ମହିଳା ମହାବିଦ୍ୟାଳୟ ହୋଇଥିବା ଓ ହଷ୍ଟେଲରେ ବାଳିକାମାନେ ରହୁଥିବାରୁ ସେମାନଙ୍କ ଭବିଷ୍ୟତ ସୁରକ୍ଷା ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି । ସେଠାରେ ରହୁଥିବା ବ୍ୟକ୍ତିମାନଙ୍କ ଘର ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳରେ ହୋଇଥିାରୁ ସେମାନେ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ରହି ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ କରୋନା ସଂଗ୍ଧିଧ ବ୍ୟକ୍ତି ଥିବା ପ୍ରମାଣ ମିଳିବା ଓ ସେ ଅଞ୍ଚଳକୁ ସିଲ କରାଯାଇଥିବା ବେଳେ ଏଠାରେ ରହୁଥିବା ବ୍ୟକ୍ତିମାନେ ସେଠାରୁ ପଳାଇ ଆସିଥିବାରୁ ଏଥିନେଇ ବହୁ ଚିନ୍ତାଶୀଳ ବ୍ୟକ୍ତି ଚିନ୍ତାପ୍ରକଟ କରିଛନ୍ତି । ଆଜି ଏ ସଂପର୍କରେ ଜଳେଶ୍ୱର ସମାଜ କଲ୍ୟାଣ ବିକାଶ ପରିଷଦର ସଦସ୍ୟମାନେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜଳେଶ୍ୱର ପୌର ଅଧିକାରୀ ଅଜୟ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ରହୁଥିବା ୧୪୮ଜଣଙ୍କ ରକ୍ତ ଓ ସ୍ୱାସ୍ଥ୍ୟ ପରୀକ୍ଷା ଅତିଶୀଘ୍ର କରାଯିବାକୁ ସେମାନେ ଦର୍ଶାଇଛନ୍ତି । ସର୍ବଶ୍ରୀ କାର୍ଯ୍ୟକାରୀ ସଭାପତି ଡ. ରମାକାନ୍ତ ଭଞ୍ଜ, ସଂପାଦକ ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ଶରତ ପରିଡା, କମଳ ଚକ୍ରବର୍ତ୍ତୀ, ସତ୍ୟନାରାୟଣ ଦାସ, ଦିଲ୍ଲିପ ଗିରି, ବିଜୟ କାମିଳା, ଚନ୍ଦନ ଦାସ, ହେମନ୍ତ ଜେନା, ରବିନାରାୟଣ ପାତ୍ର, ରବିନ୍ଦ୍ର ସେନାପତି, ଘନଶ୍ୟାମ ଗିରି ଓ ଅବନୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ହଜାର ଟଙ୍କାର ଏକ ଚେକ୍ ପୌର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା ।


ରିପୋର୍ଟ : ଭୂପତି କୁମାର ପରିଡା