ବେଗୁନିଆପଡା (ସମୃଦ୍ଧ ଓଡିଶା) ବେଗୁନିଆପଡା ବ୍ଲକର ରାଗପୁର ସ୍ଥିତ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୮୫ ଜଣ ସୁରତ ଫେରନ୍ତା ସଂଗରୋଧ ଗୃହରେ ରହିଥିବା ବେଳେ ବେଗୁନିଆପଡା ଜନତା ହାଇ ସ୍କୁଲରେ ୫୬ ଜଣ ରହିଥିଲେ । ହେଲେ ସେମାନଙ୍କ ଖାଇବା ଓ ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ଯୋଗୁଁ ଲୋକମାନେ ବିଭିନ୍ନ ପ୍ରକାର ଗାଲିଗୁଜବ କରିବା ସହ ଗେଟ ଡେଇଁ ଛତ୍ରଭାଙ୍ଗ ଦେଇ ଥିଲେ । ଦାଇତ୍ଵରେ ଥିବା କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ସେମାନଙ୍କୁ ବୁଝାସୁଝା କରିବା ପରେ କିଛି ଲୋକ ଫେରି ଥିବା ବେଳେ ଆଉ କେତେକ ଗାଁକୁ ପଳାଇଛନ୍ତି । ତେବେ ଗ୍ରାମବାସୀମାନେ ସେମାନଙ୍କୁ ଗାଁରେ ପୁରାଇ ଦେଇ ନ ଥିବା ଫଳରେ ପୁଣି ସଂଗରୋଧ ଗୃହକୁ ଫେରୁଥିବା ଦେଖିବାକୁ ମିଳିଛି । ତଥାପି କିଛି ଲୋକ ଫେରି ନ ଥିବା ଜଣାପଡିଛି । ତେବେ କ୍ୱାରେଂଟିନରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳା ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡା କରାଇବା । ତେବେ ଗଞ୍ଜାମରେ ଆଜି ଦୁଇ କରୋନା ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
ରିପୋର୍ଟ : ହରପ୍ରସାଦ ବିଷୋୟୀ