
ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗତ ରବିବାର ଦିନ ନାଇକାଣିପଲ୍ଲୀ ବିଶ୍ଵକର୍ମା ଭାଇମାନଙ୍କ ଆନୁକୂଲ୍ୟରେ ଖଲ୍ଲିକୋଟ ବିଶ୍ଵକର୍ମା ସମାଜର ଏକ ସମ୍ମିଳିତ ସଭା ଚନ୍ଦନେଶ୍ୱର ଶୈବପୀଠରେ ସମାଜର ବୟୋଜ୍ୟେଷ୍ଠ ବ୍ୟକ୍ତି ଶଶୀଭୂଷଣ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଭାପତି ବିଶ୍ୱକର୍ମା ରତ୍ନ ବଟକୃଷ୍ଣ ଓଝା ଅଳଙ୍କୁତ କରିଥିଲେ । ସଭାରେ ରାଜ୍ୟର କାର୍ଯ୍ୟକାରୀ ସଭାପତି ପ୍ରତାପ ଚନ୍ଦ୍ର ମହାରଣା, ଉପସଭାପତି ଦୟାନିଧି ମହାରଣା, ସହକାରୀ ସଂପାଦକ ଚିତ୍ତରଞ୍ଜନ ମହାରଣା, ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ମହାରଣା ପ୍ରତିନିଧିତ୍ୱ କରିଥିଲେ । ଏହା ବ୍ୟତୀତ ଘୁମୁସର ତାଲୁକାର ସଭାପତି ସୂର୍ଯ୍ୟନାରାୟଣ ମହାରଣା, ପାରିକୁଦ ତାଲୁକାର ସଭାପତି ଲକ୍ଷ୍ମୀଧର ମହାରଣା, ତେରସ୍ଥାନ ତାଲୁକା ଓ କାଷ୍ଠ କାରିଗର ଆଞ୍ଚଳିକ ସଭାପତି ଭାସ୍କର ମହାରଣା, ବିରୁତ ତାଲିକାର ସଭାପତି ସୁରେନ୍ଦ୍ର ମହାରଣା, ବ୍ରହ୍ମପୁର କାଷ୍ଠ କାରିଗର ସଂପାଦକ ବିଦ୍ୟାଧର ମହାରଣା, ପୋଲସରା ତାଲୁକାର ସଂପାଦକ ରାଜେନ୍ଦ୍ର ମହାରଣା, ବିଶିଷ୍ଟ ସମାଜପ୍ରେମୀ କିଶୋର ମହାରଣା ଯୋଗ ଦେଇଥିଲେ । ତାଲୁକାସ୍ତରରୁ ଜିଲ୍ଲା, ରାଜ୍ୟ, ଦେଶ ପର୍ଯ୍ୟନ୍ତ ସମାଜକୁ ସୁଦୃଢ କରିବା, ବିଚ୍ଛିନ୍ନତାବାଦୀ ତଥା ଗୋଷ୍ଠୀ ବିରୋଧୀ କାର୍ଯ୍ୟରେ ପ୍ରତିରୋଧ କରିବା ପାଇଁ ସମସ୍ତ ସଦସ୍ୟ ନିଜକୁ ପ୍ରସ୍ତୁତ କରିବାକୁ ଆହ୍ୱାନ ଦିଆଯାଇଛି । ତତ ସଂଗେ ସଂଗେ ସରକାରଙ୍କ ନିକଟରେ ବିଶ୍ଵକର୍ମା ଜାତିର ବିଭିନ୍ନ ଦାବି ହାସଲ କରିବା ଓ ସାମାଜିକ ସମସ୍ୟା ଦୂର କରିବା ନିମନ୍ତେ ନିଷ୍ପତି ନିଆଯାଇଛି ।ପରିଶେଷରେ ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜରେ ଏକ ନୂତନ କାର୍ଯ୍ୟକାରୀ କମିଟି ନିମ୍ନ ପ୍ରକାରେ ସର୍ବ ସମ୍ମତିକ୍ରମେ ପଠନ କରାଯାଇଥିଲା । ସଭାପତି ରଘୁନାଥ ମହାରଣା ବାଲିଆ, କେଶପୁର କାର୍ଯ୍ୟକାରୀ ସଭାପତି ନୀଳାଞ୍ଚଳ ମହାରଣା, ନାଇକାଣି ପଲ୍ଲୀ ଉପସଭାପତି ଗଣେଶ ମହାରଣା, ସୁମଣ୍ଡଳ ଯାଜ୍ଞସେନ ମହାରଣା, ତେନ୍ତୁଳିଆର କାଳୁ ମହାରଣା, ଭେଜିପୁଟ ସଂପାଦକ ରଞ୍ଜିତ କୁମାର ମହାରଣା, ନାଇକାଣି ପଲ୍ଲୀର ସହ ସଂପାଦକ ରଘୁନାଥ ମହାରଣା, ବାଲନ୍ତରର ତ୍ରିନାଥ ମହାରଣା, ତେନ୍ତୁଳିଆର କୋଷାଧ୍ୟକ୍ଷ ଧନୁ ମହାରଣା, ଉପଦେଷ୍ଟା ସହଦେବ ମହାରଣା, ଧ୍ରୁବ ମହାରଣା, ନାଇକାଣି ପଲ୍ଲୀଙ୍କୁ ନିର୍ବାଚିତ କରାଯାଇଥିଲା । ରାଜ୍ୟ ସଭାପତି ନୂତନ କର୍ମକର୍ତ୍ତାକୁ ଶପଥ ପାଠ କରାଯାଇଥିଲା । ନୀଳାଞ୍ଚଳ ମହାରଣା ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ଭାସ୍କର ମହାରଣା ସଭା ଭଙ୍ଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





