ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ୨୨ଠାରୁ ଆରମ୍ଭ ହୋଇ ୨୮ ତାରିଖରେ ସମସ୍ତ ହେବାକୁ ଥିବା ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ପୁରୁଷ ବକ୍ସିଂ ଟୁର୍ନାମେଣ୍ଟ ପାଇଁ ଖଲ୍ଲିକୋଟ ୟୁନିଭରସିଟି ବକ୍ସିଂ ଦଳର ଗତ ୧୭ତାରିଖ ଦିନ ସକାଳ ୮ଟା ସମୟରେ ରେଳାଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରାଜସ୍ଥାନ ରାଜ୍ୟର ଉଦୟପୁରଠାରେ ଅନୁଷ୍ଠିତ ହେବ । ଜନାର୍ଦ୍ଧାନ ରାୟ ନଗର ରାଜସ୍ଥାନ ବିଦ୍ୟାପୀଠ(ପ୍ରତାପ ନଗର) ପରିଚାଳନା କରୁଛି । ଏହି ଦଳରେ ଭାଗ ନେଇଥିବା ଖେଳାଳିମାନେ ହେଲେ ଖଲ୍ଲିକୋଟ ଅଟୋନମୋସ ବିଶ୍ୱବିଦ୍ୟାଳୟର ଏନ. ମାଧବ (୪୬ ରୁ ୪୯କେଜି), ହରିକୃଷ୍ଣ ପ୍ରଧାନ (୪୯ରୁ ୫୨କେଜି), ବିନାୟକ ଆଚାର୍ଯ୍ୟ ବିଶ୍ୱବିଦ୍ୟାଳୟର ବିକ୍ରମ ନାୟକ (୫୨ରୁ ୫୬କେଜି), ଗଣେଶ ବେହେରା(୬୦ ରୁ ୬୪କେଜି), ଅଂଶୁମାନ ଜେନା (୬୪ରୁ ୬୯କେଜି), ରୋହିତ ନାୟକ(୬୯ରୁ ୭୫କେଜି) ଓ ସରକାରୀ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ବିବେକାନନ୍ଦ ନାୟକ (୫୬ରୁ ୬୦କେଜି) । ଏହି ଦଳର ମ୍ୟାନେଜର କୋଚ ଭାବେ ଡ଼. ବିକ୍ରମ ସେନ ସାହୁ, ସାଗର ବାବୁରାଓ ଏହି ଦଳର ସମସ୍ତ ନେତୃତ୍ୱ ନେଇ ଦଳ ସହ ଯାତ୍ରା କରିଛନ୍ତି । ଗତ ୧୮ରେ ଖଲ୍ଲିକୋଟ ୟୁନିଭରସିଟି ସ୍ପୋର୍ଟସ କାଉନ୍ସିଲର ମହେନ୍ଦ୍ର କୁମାର ବେହେରା, ପ୍ରଫେସର ମନୋଜ କୁମାର ପଣ୍ଡା, ବକ୍ସିଂ ସେକ୍ରେଟାରୀ ଜିଡିଏଏର ପ୍ରଭାକର ରାଓ, ବକ୍ସିଂ କ୍ଲବର ସେକ୍ରେଟାରୀ ଷ୍ଟେଟ ଆରଏଇଜେ ଶିବରାମ ପାତ୍ର, ଷ୍ଟେଟ ଆରଆଇଜେ ଲଡୁ କିଶୋର ସାହୁ, ବି. ବୁଲୁ ପାତ୍ର, ସୁମନ ଦାସଙ୍କ ଉପସ୍ଥିତିରେ ଏହି ଖେଳାଳିମାନଙ୍କୁ ଚୟନ କରାଯାଇଥିଲା । ଜାତୀୟ ବକ୍ସିଂ ରିଫେରି ତଥା ସ୍ଥାନୀୟ କେଚ ଶିଶିର କୁମାର ପାଣିଗ୍ରାହୀ ଏହି ସମସ୍ତ ଖେଳାଳିମାନଙ୍କ କୋଚିଂ ବ୍ରହ୍ମପୁର ଷ୍ଟାଡିୟମଠାରେ କୋଚିଂ ଦେଉଥିଲେ । ଏହି ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ଗଂଜାମ ବକ୍ସିଂ କ୍ଳବର ସମସ୍ତ ସଦସ୍ୟ, ଗଂଜାମ କ୍ରୀଡା ସଂସଦର ସଦସ୍ୟମାନେ, ସ୍ଥାନୀୟ ସମସ୍ତ ବକ୍ସରଙ୍କ ସମେତ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଶୁଭେଚ୍ଛା ଜଣାଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା