![ଖୁଲୁଡ଼ା ଶୀତଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅମର କୁମାର ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା…](https://i0.wp.com/www.samrudhaodisha.com/wp-content/uploads/2021/10/%E0%AC%96%E0%AD%81%E0%AC%B2%E0%AD%81%E0%AC%A1%E0%AC%BC%E0%AC%BE-%E0%AC%B6%E0%AD%80%E0%AC%A4%E0%AC%B3%E0%AC%BE-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0%E0%AD%80-%E0%AC%89%E0%AC%9A%E0%AD%8D%E0%AC%9A-%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AC%BE%E0%AC%B3%E0%AD%9F%E0%AC%B0%E0%AD%87-%E0%AC%85%E0%AC%AE%E0%AC%B0-%E0%AC%95%E0%AD%81%E0%AC%AE%E0%AC%BE%E0%AC%B0-%E0%AC%AE%E0%AC%B9%E0%AC%BE%E0%AC%A8%E0%AD%8D%E0%AC%A4%E0%AC%BF%E0%AC%99%E0%AD%8D%E0%AC%95%E0%AD%81-%E0%AC%AC%E0%AC%BF%E0%AC%A6%E0%AC%BE%E0%AD%9F-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%B0%E0%AD%8D%E0%AC%A6%E0%AD%8D%E0%AC%A7%E0%AC%A8%E0%AC%BE%E0%A5%A4.jpg?fit=1024%2C768&ssl=1)
![](https://i0.wp.com/www.samrudhaodisha.com/wp-content/uploads/2021/10/%E0%AC%96%E0%AD%81%E0%AC%B2%E0%AD%81%E0%AC%A1%E0%AC%BC%E0%AC%BE-%E0%AC%B6%E0%AD%80%E0%AC%A4%E0%AC%B3%E0%AC%BE-%E0%AC%B8%E0%AC%B0%E0%AC%95%E0%AC%BE%E0%AC%B0%E0%AD%80-%E0%AC%89%E0%AC%9A%E0%AD%8D%E0%AC%9A-%E0%AC%AC%E0%AC%BF%E0%AC%A6%E0%AD%8D%E0%AD%9F%E0%AC%BE%E0%AC%B3%E0%AD%9F%E0%AC%B0%E0%AD%87-%E0%AC%85%E0%AC%AE%E0%AC%B0-%E0%AC%95%E0%AD%81%E0%AC%AE%E0%AC%BE%E0%AC%B0-%E0%AC%AE%E0%AC%B9%E0%AC%BE%E0%AC%A8%E0%AD%8D%E0%AC%A4%E0%AC%BF%E0%AC%99%E0%AD%8D%E0%AC%95%E0%AD%81-%E0%AC%AC%E0%AC%BF%E0%AC%A6%E0%AC%BE%E0%AD%9F-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%B0%E0%AD%8D%E0%AC%A6%E0%AD%8D%E0%AC%A7%E0%AC%A8%E0%AC%BE%E0%A5%A444.jpg?resize=640%2C480&ssl=1)
ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଳକ ଅନ୍ତର୍ଗତ ଖୁଲୁଡ଼ା ଶୀତଳା ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଅମର କୁମାର ମହାନ୍ତି ଦୀର୍ଘ ୩୭ ବର୍ଷ ନିରନ୍ତର କାର୍ଯ୍ଯ ତୁଲାଇବା ପରେ ଆସନ୍ତା କାଲି ଅବସର ଗ୍ରହଣ କରୁ ଥିବାରୁ ପ୍ରଧାନ ଶିକ୍ଷକ ଅଜିତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଶିକ୍ଷକ ସଞୟ କୁମାର ପାକଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନେ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଷ୍ଟା ବାଲେଶ୍ୱରର ସମ୍ପାଦକ ମନୋରଞ୍ଜନ ଦାସ ଯୋଗଦେଇ ଅମର କୁମାର ମହାନ୍ତିଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ସେବା ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଗୁରୁପ୍ରସାଦ ଗିରି, ପରିଚାଳନା କମିଟି ସଭାପତି ଜ୍ୟୋତିର୍ମୟ ଆଚାର୍ଯ୍ୟ, ରବିନାରାୟଣ ମିଶ୍ର, ଜଳେଶ୍ୱର ଓଷ୍ଟାର ପୂର୍ବତନ ସମ୍ପାଦକ ଶଶାଙ୍କ ଶେଖର ମହାନ୍ତି, ସଭାପତି ସୁକୁମାର ମିଶ୍ର, ରାଇବଣିଆ ଓଷ୍ଟା ସମ୍ପାଦକ ବଂଶୀଧର ବାରିକ, ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା, ମନୋଜ କୁମାର ମହାନ୍ତି, ମନୋରଞ୍ଜନ ଦତ୍ତ, କେଶବ ଚନ୍ଦ୍ର ପରିଡା, ସିଆରସିସି କୃଷ୍ଣ ଚନ୍ଦ୍ର ମାଝୀ, ବିନୋଦ ବିହାରୀ ମହାପାତ୍ର ଓ ରବୀନ୍ଦ୍ର ନାଥ ପାଳ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାନ୍ତିଙ୍କ ଚାକିରୀ ଜୀବନର ସମର୍ପିତ କାର୍ଯ୍ୟ କଳାପ ସଂପର୍କରେ ଆଲୋଚନା କରିବା ସହିତ ପରବର୍ତ୍ତି ଜୀବନ ସମାଜସେବା ତଥା ବିଦ୍ୟାଳୟର ବିକାଶରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଷ୍ଟା ଜଳେଶ୍ୱର, ବିଦ୍ୟାଳୟର ସମସ୍ତ କର୍ମଚାରୀ, ରବୀନ ମିଶ୍ର, ଶଶାଙ୍କ ଶେଖର ମହାନ୍ତି, ବଂଶୀଧର ବାରିକ ଓ ଛାତ୍ରଛାତ୍ରୀଙ୍କ ତରଫରୁ ଅମର କୁମାର ମହାନ୍ତିଙ୍କୁ ଉତ୍ତରୀୟ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ସମ୍ବର୍ଦ୍ଧିନାର ଉତ୍ତରରେ ଶ୍ରୀ ମହାନ୍ତି ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିବା ସହିତ ଅତିଥିମାନଙ୍କୁ ଏବଂ ପରିଚାଳନା କମିଟିର ସଦସ୍ୟ ତଥା ସହକର୍ମୀ ମାନଙ୍କୁ କୃତଜ୍ଞତା ଜଣାଇ ଥିଲେ । ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ ରଜନୀ ହାଁସଦା ଧନ୍ୟବାଦ ଦେଇ ଥିବାବେଳେ ଶିକ୍ଷକ ଅଞ୍ଜନ କୁମାର ପ୍ରଧାନ, କମଳ ଲୋଚନ ଜେନା, ସତ୍ୟବ୍ରତ ଶତପଥୀ, କମଳାକାନ୍ତ ଜେନା, ଆଦି ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା