ଖୋଲିଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତାମ୍ପରା ବୋଟିଂ : ମଜା ନେଲେ ବହୁ ପର୍ଯ୍ୟଟକ…

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁରୀ ତାମ୍ପରା ହ୍ରଦ ରହିଛି । ଜାତୀୟ ରାଜପଥଠାରୁ ଅତି ନିକଟରେ ରହିଛି ଏହି ତାମ୍ପରା ହ୍ରଦ । ହ୍ରଦର ଗୋଟିଏ ପାର୍ଶ୍ବରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟ ପାର୍ଶ୍ବରେ ବେଳାଭୂମି । ରାଜ୍ୟ ସରକାର ଏହି ତାମ୍ପରାକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେଇଛି । କୋଭିଡ୍ କଟକଣା ଯୋଗୁଁ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରାର ବୋଟିଂ କ୍ଲବ । ଚଳିତ ମାସଠାରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ରାଜ୍ୟ ସରକାର ଅନୁମତି ପରେ ବୋଟିଂ, ବେଳାଭୂମି, ମଲ୍ ଆଦି ଖୋଲା ଯାଇଛି । ଛତ୍ରପୁର ନିକଟରେ ଥିବା ତାମ୍ପରା ବୋଟିଂ ଖୋଲିବା ଦ୍ବାରା ଆଜି ବହୁ ପର୍ଯ୍ୟଟକମାନେ ଏଠାକୁ ଆସି ବୋଟିଂର ମଜା ନେଇଛନ୍ତି । କରୋନା ଗାଇଡଲାଇନକୁ ଦୃଷ୍ଟିରେ ରଖି ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ବୋଟିଂ କରିବା ସମୟରେ ଯେପରି କୌଣସି ଲୋକଙ୍କର କ୍ଷତି ହେବ ନାହିଁ ସେଥି ନିମନ୍ତେ ସମସ୍ତଙ୍କୁ ଲାଇଫ୍ ଜ୍ୟାକେଟ ବିନା ବୋଟିଂକୁ ଛଡା ଯାଉନଥିବା ବୋଟିଂରେ ନିୟୋଜିତ କର୍ମଚାରୀମାନେ କହିଛନ୍ତି । ପୂର୍ବରୁ ଏଠାକୁ ବହୁ ମାତ୍ରାରେ ଲୋକମାନେ ଏହାର ମଜା ନେବାକୁ ଆସୁଥିବା ବେଳେ କରୋନା କଟକଣା ପାଇଁ ବନ୍ଦ ରହିଥିବାରୁ ନିରାଶରେ ଫେରୁଥିଲେ । ଏହା ଖୋଲିବା ଦ୍ବାରା ପର୍ଯ୍ୟଟକମାନେ ଖୁସି ଜାହି କରିବା ସହ ତଥାପି କାମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି । ଛତ୍ରପୁର ତାମ୍ପରା ହଦ୍ରକୁ ବାହାର ଜିଲ୍ଲାର ଶହଶହ ଲୋକ ପିକ୍‌ନିକ୍‌ର ମଜାନେବା ପାଇଁ ଆସିଥାନ୍ତି । ଏହାକୁ ଆହୁରି ଅଧିକ ଆକର୍ଷଣ କରିବା ପାଇଁ ୨୦୧୯ ଡିସେମ୍ବର ୧ରେ ଅମରାବତୀ ବୋଟିଂ କ୍ଲବ୍ ପକ୍ଷରୁ ଓ୍ବାଟର ସ୍ପୋଟର୍ସର ଶୁଭାରମ୍ଭ କରାଯାଇଥିଲା । ଯାହାକି ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିପାରିଥିଲା । ଏଠାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସି ଏହି ତାମ୍ପର ହଦ୍ରର ବୋଟିଂ ଓ ପିକନିକ ମଜା ନେଇପାରିବେ ସେହିପରି ଏଠାରେ ବ୍ୟବସ୍ଥା ରହିଛି । ତାମ୍ପରା ହଦ୍ରଟି ଭଲ ପର୍ଯ୍ୟଟନ ସ୍ଥଳ ହୋଇପାରିବା ସହ ଅଧିକରୁ ଅଧିକ ଲେକମାନେ ଏହାକୁ ଉପଭୋଗ କରିପାରିବେ ସେ ଦୃଷ୍ଟିରେ ବୋଟିଂ ବ୍ୟବସ୍ଥା କରାଯାଇଥିଲା ।  ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅମରାବତୀ ବୋଟିଂ କ୍ଲବ୍ ସହ ଏଠାରେ ଓ୍ବାଟର ସ୍ପୋର୍ଟସ ପାଇଁ ଚୁକ୍ତି ହୋଇଥିଲା । ସେହିପରି ବୋଟିଂ କ୍ଲବ ନିକଟରେ ଚଳିତ ବର୍ଷ ମାର୍ଚ୍ଚ ୧୯ରେ ତତକାଳୀନ ପେଟ୍ରୋଲିୟମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵଦେଶୀ ଦର୍ଶନ କେନ୍ଦ୍ରୀୟ ଯୋଜନାରେ ତାମ୍ପରା ଲେକ୍‌ ଭ୍ୟୁ ପାର୍କର ଉଦଘାଟନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା