ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରର ଖ୍ରୀଷ୍ଟିୟାନ କମ୍ୟୁନିଟି ଓ ଖ୍ରୀଷ୍ଟିୟାନ ଲିଡ଼ର୍ସ ଫେଲୋସିପ୍ ଦ୍ୱାରା ଆୟୋଜିତ ଖ୍ରୀଷ୍ଟୀମାସ ମହୋତ୍ସବ-୨୦୧୮ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ ପଡିଆରେ ଏହି ଉତ୍ସବ ଆରମ୍ଭ ହୋଇଯାଇଛି । ୧୬ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବ । ଉଦଘାଟନୀ ସମାରୋହରେ ବ୍ରହ୍ମପୁର ସମେତ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ଅନ୍ୟ ଜିଲ୍ଲାରୁ ବହୁ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ମୁମ୍ବାଇରୁ ଆସିଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ସଙ୍ଗୀତା ଆୱାଲେ ଓ ଗାୟକ ଅମିତ ପଣ୍ଡାଙ୍କ ଦ୍ୱାରା ପରିବେଷିତ ସଙ୍ଗୀତରେ ଶ୍ରୋତାମାନେ ଉତ୍ସାହିତ ହୋଇ ଉଠିଥିଲେ । ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସର ଖ୍ରୀଷ୍ଟମାସ ବାର୍ତ୍ତା କଟକ ଡାୟୋସିସ ସିଏନଆଇର ବିଶପ ରାଇଟ ରେଭ ସୁରେନ୍ଦ୍ର ନନ୍ଦ ପରିବେଷଣ କରିଥିଲେ । ସେହିଭଳି ଦିଲ୍ଲୀରୁ ଆସିଥିବା ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ଡ. ପିଜି ଭାର୍ଗିସ ପ୍ରଭୁ ଯୀଶୁଙ୍କ ସୁସମ୍ବାଦ ପରିବେଷଣ କରିଥିଲେ । ଖ୍ରୀଷ୍ଟମାସ ମହୋତ୍ସବର ସଭାପତି ଡାନିଏଲ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ପଲ ସାହୁ କାର୍ଯକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଆବାହକ ରେଭ. ଅଜୟ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆୟୋଜକ କମିଟିର ସଦସ୍ୟ ରେଭ.ବି.ଜନସନ, ଯୁଗ୍ମ ଆବାହକ ଆଶିଷ ରାଜହଂସ, ଧନଞ୍ଜୟ ନାୟକ, ମୃତ୍ୟୁଞ୍ଜୟ ଲୋହରା, ବି.ଲକ୍ଷ୍ମଣ ରାଓ, ଫାଦର ଫେଲିକ୍ସ ନାୟକ, ପାଷ୍ଟର ବାବୁ.ପି.ଜନ, ଟି.ରାଜେଶ, ପରମାନନ୍ଦ ନାୟକ, ଜର୍ଜ ଅମିତ ଦାସ, ଡବ୍ଲୁ.ବି ଗ୍ରେସିୟସ, ଭି. ଚେରିୟନ, ଜ୍ୟୋସ୍ନା ପାତ୍ର, ହାନା ମାର୍ଗାରେଟ ପ୍ରଧାନ, ଲେନା ଚାନ୍ଦ, ସୁନିତା ନାୟକ, ସୁଚେତା ମହାନ୍ତି, ସ୍ନିଗ୍ଧା ପ୍ରଧାନ, ସୁଶାନ୍ତ ପ୍ରଧାନ, ବିଧାନ ହାତୀ, ସୌମେନ୍ଦ୍ର ନାୟକ, କେ. ମୋହନ, ଧିରେନ ଲିମା, ଉମେଶ ସିଂ, ଅରୁଣ କୁମାର ପାଣି, ଫିରୋଳ ଲିମା, ରକି ମାଧୋଇ, ଶାମସନ ଦାସ, ଏନ.ଖୁସା, ୱାଇ. ମନମୋହନ, ରବି କିଶୋର ପଟ୍ଟନାୟକ, ରଞ୍ଜନ ନିଧି ସିଂ, ପୂର୍ଣ୍ଣକିଶୋର ପଟ୍ଟନାୟକ, ଜନ ୱେସଲି, ଭାସ୍କର ରାଓ, ଆଶିଷ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା