ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ଠାରେ ଆଜି ପାରଳାଖେମୁଣ୍ଡି ବନଖଣ୍ଡ ଓ ଦେବଗିରି ବନ ଅଞ୍ଚଳ ତରଫରୁ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇ ଏହି ଉପଲକ୍ଷେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାର କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଗଜପତି ଜିଲ୍ଲା ଡିଏଫଓ ବିବେକ ତ୍ୟାଗି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅକ୍ଟୋବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହାରାଜା ବାଳକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୃଶୁକେତୁ ଦାସ, ପ୍ରଭାକର ନାୟକ ଏସିଏଫ, ଏନ. ନୃରସିଂହଙ୍କ ସହ ବନବିଭାଗର କର୍ମଚାରୀ ଓ ମହାରାଜ ବାଳକ ଉଚ୍ଚବିଦ୍ୟାଳୟର ଶିକ୍ଷକଙ୍କ ସମେତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା