

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ର ବିଦ୍ୟାଳୟ ପରିସରରେ ୭୨ତମ ବନମୋହ ଉତ୍ସବ ପାଳିତ ହୋଇଯାଇଛି I ବନମୋହ ଉତ୍ସବ ଅବସର କେନ୍ଦ୍ର ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରର ଆଇଏଫସି(IFS) ଡ଼. ପ୍ରଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି, ତାଙ୍କ ଅଭିଭାଷଣରେ କହିଛନ୍ତି ଯେଭଳି ଭାବେ କରୋନା ମହାମାରି ତାଣ୍ଡବରେ ଲୋକଙ୍କ ନିମନ୍ତେ ଅମ୍ଲଜାନର ଅଭାବ ଦେଖାଗଲାଣି l ବୃକ୍ଷ ରୋପଣ ପ୍ରତ୍ୟକ ମାସରେ ନିତାନ୍ତ ଜରୁରି ଅଟେ l କାରଣ ଅମ୍ଲଜାନ ଦାନକରୁଥିବା ବୃକ୍ଷ ଯଦି ଲୋପ ପାଇଯିବ ତେବେ ସଂକଟ ଆସିଯାଇପାରେ । ତେଣୁ ସମସ୍ତ ଜନ ସାଧାରଣ ନିଶ୍ଚୟ ଗୋଟିଏ ଗଛ ଲଗାନ୍ତୁ । ତେବେ ଯାଇ ପରିବେଶ ସୁଧାରି ପାରିବ ବୋଲି ସୂଚନା ଦେବା ସହ ବିଭିନ୍ନ ପ୍ରକାର ଔଷଧିଓ ବୃକ୍ଷ ତଥା, ବିଷ୍ଣୁ ଚୁଡା, ଅଁଳା, ନିମ୍ବ, ବଉଳ, ଜାମୁକୋଳି ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ(DFO) ସଂଗ୍ରାମ କେଶରୀ ବେହେରା, କେନ୍ଦ୍ର ବିଦ୍ୟାଳୟ ଅଧ୍ୟକ୍ଷ କେ ଆନନ୍ଦ,ବଗିଚା ପରିଚାଳକ ତଥା ଶିକ୍ଷକ ସୁବ୍ରତ ପଣ୍ଡା, ଶିକ୍ଷକ କେ. ଶ୍ରୀନିବାସ, ସହ ଏଚଡିଏଫସି(HDFC) ବ୍ୟାଙ୍କ ମ୍ୟାନେଜର ସୁବ୍ରତ ଚୌଧୁରୀ, ଜଗନ୍ନାଥ ପଣ୍ଡା, ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
