ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାରେ ଆଜି ଠାରୁ ୪ ଦିନିଆ ସଟଡାଉନ ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ମୁନିସିପାଲିଟି, କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ସମେତ ସମସ୍ତ ବ୍ଳକ ମୁଖ୍ୟାଳୟ ବନ୍ଦ ରହିଛି ଏବଂ ସହର ନିକଟବର୍ତ୍ତୀ ୪ଟି ପଞ୍ଚାୟତ ରାଣିପେଣ୍ଠ, ଝାମି, କେରାଣ୍ଡି, କତଲକୈଠା ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଜରୁରୀ ସ୍ୱାସ୍ଥ୍ୟ ସେବା ସହ କ୍ଷୀର ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସମସ୍ତ ଛକ ସ୍ଥାନରେ ପୋଲିସ ମୁତୟନ ରହିଛନ୍ତି । କରୋନା ଆକ୍ରାନ୍ତରେ ଜିଲ୍ଲାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତି ବ୍ଲକ୍ ଓ ସହରରେ ଏଣ୍ଟିଜେନ କିଟ୍ ମାଧ୍ୟମରେ ବ୍ୟାପକ ପରିମାଣରେ ପରୀକ୍ଷା କରାଯାଉଥିବାରୁ ସଂକ୍ରମିତ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି । ଯାହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପ୍ରତି ସପ୍ତାହର ପ୍ରଥମ ତିନି ଦିନ ଲକଡାଉନ ଏବଂ ପରବର୍ତ୍ତୀ ଚାରି ଦିନକୁ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା