
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆଜି ଗାନ୍ଧୀ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିରାଟ ପଦଯାତ୍ରାରେ ଭାଜପାର ରାଜ୍ୟ ସାଧାରଣ ସମ୍ପାଦକ ଭୁଗୁ ବକ୍ସି ପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା ବାହାରିଥିଲା । ପଦଯାତ୍ରାରେ ଗାନ୍ଧୀଙ୍କ ନିତୀ ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାଜକୁ ସ୍ଲୋଗାନ ମାଧ୍ୟମରେ ସମଗ୍ର ସହର ପରିକ୍ରମା କରି ଜନ ସଚେତନତା କରାଇଥିଲେ । ଏହି ଅବସରରେ ସଂଯୋଜକ ଭୁଗୁ ବକ୍ସି ପାତ୍ର ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ କହିଥିଲେ ଯେଗାଁରେ ପ୍ଳାଷ୍ଟକ ବଜନ ହେଉ, ପରିବେଶକୁ ସଫା ରଖିବା ହେଉ, ଗଛ ଲଗାଇବା ହେଉ, ନିଶା ବିହୀନ ସମାଜ ତିଆରି କରିବା ହେଉ ସମସ୍ତ କଥାକୁ ସମାଜର ସାମୁହିକ ବ୍ୟବସ୍ଥାକୁ ବସାଇବା ପାଇଁ ଭାରତୀୟ ଜନତା ପାର୍ଟି ଏହି ସଂକଳ୍ପ ପଦଯାତ୍ରା ଆରମ୍ଭ କରିଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରଳା ବିଧାୟକ କେ ନାରାୟଣ ରାଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତାରାଣି ବେହେରା, ଜିଲ୍ଲା ସଭାପତି ଜି ଭେଙ୍କଟରାବଣା, ଜଗନ୍ନାଥ ମହାପାତ୍ର, ତ୍ରିପତି ନାୟକ, ଚିତ୍ରି ସିମାଦ୍ରି, ପି କ୍ରିଷ୍ଣା, ନୃସିଂହ ପଟ୍ଟନାୟକ, ମୁରୁଲୀ ଗୋପାଳ ରାଓ, ସୁନୀଲ ମହାପାତ୍ରଙ୍କ ସମେତ ନେତା ଓ କର୍ମମାନେ ଏହି ପଦଯାତ୍ରାରେ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା