

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ସ୍ଥିତ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଥିବା କମ୍ୟୁନିଟି ହଲ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ଜିଲ୍ଲାର ଥିବା ଏଚଡିଏଫସି ବ୍ୟାଙ୍କ, ଗଜପତି ବ୍ଲଡ ଡୋନେଟ, ନେହେରୁ ଯୁବ କେନ୍ଦ୍ର ଏବଂ ବନବିଭାଗ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତଦାନ ଶିବିରକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ଓ ବନଖଣ୍ଡ ଅଧିକାରୀ ବିବେକ କୁମାର ତ୍ୟାଗୀ ମିଳିତ ଭାବେ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ପବ୍ଲିକ, ପୋଲିସ ଅଧିକାରୀ, କର୍ମଚାରୀ ପ୍ରମୁଖ ସାମିଲ ହୋଇ ୪୫ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା । ଏହି ଶିବିରରେ ଜିଲ୍ଲାର ବ୍ଲଡ ବ୍ୟାଙ୍କ ଅଧିକାରୀ ଡଃ:ରାମଲକ୍ଷ୍ମୀ ଏବଂ ସହଯୋଗୀ ଖଗେଶ୍ବର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାନ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ରିଜର୍ଭ ଇନସପେକ୍ଟର ଡମ୍ବରୁ ଧର ହନାଗା, ଦୁର୍ଯ୍ୟଧନ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
ରିପୋର୍ଟ – କୃଷ୍ଣ କୁମାର ବେହେରା

