

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଶା) ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ନାଗରିକତା ସଂଶୋଧନ ଆଇନ (CAA)କୁ ସମର୍ଥନ କରି ବିଶାଳ ଜନ ଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିରୋଧୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିରୋଧୀଙ୍କୁ ସମର୍ଥନ ନ କରିବା ପାଇଁ ଭାରତୀୟ ଜନତା ପାର୍ଟି ଆୟୋଜିତ କରୁଛି ଜନ ସଚେତନତା କାର୍ଯ୍ୟକ୍ରମ ବୋଲି ଜଣାପଡିଛି । ତେଣୁ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ଠାରୁ ସହର ପରିକ୍ରମା କରି ଟାଉନ ହଲ ନିକଟରେ ପହଞ୍ଚିଥିଲା । ସେଠାରେ ଆୟୋଜିତ ସାଧାରଣ ସଭାରେ ମୂଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ, ଶୁଭଦର୍ଶିନୀ ପଟ୍ଟନାୟକ, ପ୍ରଭାରୀ ସାରଦା ସେନାପତି, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରମୁଖ ଯୋଗଦେଇ ଏହି ଅଧିନିୟମରେ ଭାରତରେ ରହୁଥିବା କୋୖଣସି ସଂଖ୍ୟାଲଘୁଙ୍କ ପ୍ରତି ବିପଦ ନାହିଁ, ବିରୋଧୀ ଅଯଥା ଲୋକଙ୍କୁ ଭ୍ରମ ସୃଷ୍ଟି କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା






