ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର ଉଦଘାଟନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଠାରେ ଜନ୍ମଗତ ପାଦ ବିକୃତି ଚିହ୍ନଟିକରଣ ଓ ଅସ୍ତ୍ରୋପଚାର ଶିବିର ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଶିବିରରେ ୩୦ରୁ ଉଦ୍ଧ ଶିଶୁଙ୍କର ଜନ୍ମ ଗତ ବଙ୍କା ପାଦକୁ ଅପରେଶନ ମାଧ୍ୟମରେ ଠିକ୍ କରାଯିବା ନିମନ୍ତେ ଏକ ଡାକ୍ତର ଟିମ ପାରଳା ମୁଖ୍ୟ ଚିକିତ୍ସାଳୟ ପହଞ୍ଚିଛନ୍ତି । ଏସ. ଭି. ନିରାଟାର, ଓଲଟାପୁର, କଟକର କୁଶଳୀ ଟିମ ଦ୍ୱାରା ଏହି ଶିବିରରେ ଅସ୍ତ୍ରୋପଚାର କରାଯିବ । ଅସ୍ତ୍ରୋପଚାର ପରେ ପିଲାମାନଙ୍କୁ ତାଙ୍କ ପାଦ ଅନୁସାରେ ଯୋତା ଏସ. ବି. ନିରତାର ମାଧ୍ୟମରେ ଏବଂ ଜିଲ୍ଲା ସଅଳ ଚିକିତ୍ସା ଓ ପରିକ୍ଷା କେନ୍ଦ୍ର ଜରିଆରେ ଫିଜ ଓ ଥେରାପି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଶିଶୁ ମାନଙ୍କ ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହୋଇ ପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ଆସିପାରିବେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ, ଏଚ ଏବଂ ଏଫଡାବ୍ଲୁ ବିଭାଗର ପ୍ରୟାସରେ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡଃ:ଗୁନୁରାଣୀ ପଟ୍ଟନାୟକ, ପି. କେ. ପାତ୍ର ଡିଏମଓ, ଡା. ଶାନ୍ତନୁ ପାଢୀ ସହ ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ ।

ରିପୋର୍ଟ – କୃଷ୍ଣ କୁମାର ବେହେରା