ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ପଦ୍ମନାଭପୁର ଗ୍ରାମରେ ଅନୁଷ୍ଠିତ ୩ଟି ଗଜଲକ୍ଷ୍ମୀ ମେଢ଼ର ଆୟୋଜନ କରାଯାଇଥିଲା । ସଂପୂର୍ଣ୍ଣ ଗ୍ରାମରେ ଗହଳି ଚହଳି ଲାଗି ରହିଥିଲା କିନ୍ତୁ ଗତକାଲି ତାର ପରିସମାପ୍ତି ଘଟିଛି । ଅନ୍ତିମ ମେଢ଼ର ଭାଷଣି ପର୍ବରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାଁ ଗଜଲକ୍ଷ୍ମୀଙ୍କ ଭଷାଣିରେ ସାମିଲ ହୋଇଥିଲେ ମହିଳା ଭକ୍ତ ବୃନ୍ଦ । ମାଁଙ୍କ ଆଗେ ଆଗେ ମହିଳା ମାନେ ଦୁଇ ଧାଡ଼ି କରି ଅତି ଶୃଙ୍ଖଳାରେ ପୁଷ୍ପ ବୃଷ୍ଟି କରି ଗମନ କରିବା ଦୃଶ୍ୟ ଅତି ମନୋରମ ଥିଲା । ବାଦ୍ୟ, ମହୁରୀ, ଘଣ୍ଟ ତାଳ ଏବଂ କଳାହାଣ୍ଡିଆ ଢୋଲର ଶବ୍ଦର ସମଗ୍ର ଅଞ୍ଚଳ ପ୍ରକମ୍ପିତ ହେଉଥିଲା । ଏହି ଭଷାଣି ପର୍ବର ମୁଖ୍ୟ ତଦାରଖ ଦାୟିତ୍ୱ ନେଇଥିଲେ ମହନ୍ତ ଶିବାନନ୍ଦ ଦାସ, ଅଭି ଜାନୀ, ଶିବ ସାହୁ, ଅକ୍ଷୟ ପଣ୍ଡା, ଏସ.ସରୋଜ ପାତ୍ର ଓ ଅନ୍ୟ ସହଯୋଗୀ ଗ୍ରାମବାସୀ । ଅତି ଶାନ୍ତି ଶୃଙ୍ଖଳାରେ ମାଁଙ୍କ ବିସର୍ଜନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା