

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟେସନ୍ ଯିବା ମୁଖ୍ୟ ରାସ୍ତା ସଦରା ବନ୍ଧ ଛକରେ କିଛି ଦୁର୍ବୁତ୍ତ ବ୍ୟକ୍ତିମାନେ ଗଜାନନଙ୍କୁ ରାସ୍ତା ମଝିରେ ବିସର୍ଜନ କରିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଏହି ସଦରା ବନ୍ଧରେ ସହରର ଯାହାବି କିଛି ପୂଜା ଅର୍ଚ୍ଚନା କରାଯାଏ ସବୁକିଛି ଏହି ବନ୍ଧରେ ହିଁ ବିସର୍ଜନ କରିଥାନ୍ତି । କିନ୍ତୁ ଏମିତି ଦୁର୍ବୁତ୍ତ ଲୋକମାନେ ମଦ ପିଇ ନାହିଁ ନଥିବା ଅସୁବିଧା ସୃଷ୍ଟି କରୁଛନ୍ତି ବୋଲି କହିବା ସହ ଆଜି ପାରଳାଖେମୁଣ୍ଡି ସଦରା ବନ୍ଧ ଛକରେ ବିସର୍ଜନ ହୋଇଥିବା ମୂର୍ତ୍ତିର ପାଳ ଦୌଡ଼ି ବିଭିନ୍ନ ଆବର୍ଜନା ରାସ୍ତା ମଝିରେ ପଡି ରଖିବା ଦ୍ଵାରା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ବୋଲି ସ୍ଥାନୀୟ ବରିଷ୍ଠ ନଗରିକ ମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଷ୍ଟେସନର ମୁଖ୍ୟ ରାସ୍ତା ହୋଇଥିବାରୁ ଯାତ୍ରୀମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହାର ତୁରନ୍ତ ସମାଧାନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା

