ଗଞ୍ଜାମରେ ଅହିଂସା ରଥକୁ ସମ୍ବର୍ଦ୍ଧନା…

ଗଞ୍ଜାମ (ସମୃଦ୍ଧ ଓଡିଶା) ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଅହିଂସାକୁ ଭାରତୀୟ ସମ୍ବିଧାନର ମୂଖବନ୍ଧରେ ସ୍ଥାନିତ କରିବା ପାଇଁ ଜନସଚେତନତା ରଥ ଓ ଦସ୍ତଖତ ଅଭିଯାନ ଲାଗି ରଥ ରାଜ୍ୟରେ ପରିକ୍ରମା ଲାଗି ବାହାରିଛି । ଏହି ରଥ ଗଞ୍ଜାମରେ ପହଞ୍ଚିବା ପରେ ବିଭିନ ମହଲରୁ ସ୍ୱାଗତ କରାଯାଇଥିଲା । ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ରଥରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଧନଞ୍ଜୟ ରେଡି, ଯୁବନେତା ଶ୍ରୀକାନ୍ତ ମହାନ୍ତି, ଉମାକାନ୍ତ ରେଡି ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମଠାରେ ଗଞ୍ଜାମ ବି.ଇ.ଓ ସୁବାସ ଚନ୍ଦ୍ର ଘଡେଇ, ଅଧ୍ୟାପକ ଗିରିଷ କୁମାର ଆଚର୍ଯ୍ୟ, ଗଞ୍ଜାମ ପ୍ରେସ କ୍ଲବ ସଭାପତି ଶବର କୁମାର ତରାଇ, ଭରସାର ସମ୍ପାଦକ ଦୂର୍ଗା ମାଧବ ପାଣିଗ୍ରାହୀ, ଶିକ୍ଷକ ମହେଶ୍ୱର ବେହେରା, ସୂର୍ଯ୍ୟ ନାରାୟଣ ଦାଶ, ରାଜା ରେଡି, ବିଜେଡି ଯୁବ ନେତା ସୁଧୀର ପାଢ଼ୀ, ସନାତନ ବେହେରା, ବୁଡୁସାହୁ, ରାଜୁ ରେଡି, ରଙ୍କ ବେହେରା, ମଦନ ପାଢ଼ୀ, ଦଣ୍ଡପାଣି ବେହେରା, କୃଷ୍ଣ ପ୍ରଧାନ, ସିଲୁ ଦଶ, ପପୁ ପଣ୍ଡା, ଟି.ଗୋବିନ୍ଦ ରେଡି, ସୁଦାମ ପଲେଇ ପ୍ରମୁଖଙ୍କ ସମେତ ବିଦ୍ୟାର୍ଥୀ, ଅଙ୍ଗନାବାଡ଼ି କର୍ମୀ, ଏନ.ସି.ସି, ସ୍କାଉଟ ବିଦ୍ୟାର୍ଥୀ , ମହିଳା ସଂଘ ସାମିଲ ହୋଇଥିଲେ । ସେହିପରି ହୁମାଠାରେ ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ବ୍ଲକ ଉପାଧ୍ୟକ୍ଷ ମିନତୀ ପ୍ରଧାନ, ସୁବଳୟା ଠାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ସରପଞ୍ଚ, କବିତା ସ୍ୱାଇଁ, ଯୁବନେତା ଶିବ ସ୍ୱାଇଁ, କେଦାର ସ୍ୱାଇଁ, ଶିକ୍ଷା ବିତ ବିଜୟ କୁମାର ବିଶ୍ୱାଳ ପ୍ରମୁଖ ସ୍ୱାଗତ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା