ଗଞ୍ଜାମରେ ଜିଲ୍ଲାମୁଖ୍ୟାଳୟ ସହିତ ବ୍ଲକ ଗୁଡିକର ଭିଡିଓ କନଫରେନସିଂ ସଂଯୋଗୀ କରଣ ଆରମ୍ଭ ହେଲା …ରାଜ୍ୟରେ ପ୍ରଥମ ..

ଛତ୍ରପୁର(ନିମାଇଁ ଚରଣ ପଣ୍ଡା)ଅନ୍ୟାନ୍ୟ ରାଜ୍ୟରେ ୨ବର୍ଷ ହେଲା,ବିଶେଷ କରି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣାରେ ୨ ବର୍ଷ ତଳୁ ଜିଲ୍ଲାପାଳ ଦୈନଦିନ ବିଡ଼ିଓ,ତହସିଲଦାର ତଥା ମଣ୍ଡଳ ଅଧିକାରୀମାନଙ୍କ ସହ ଭିଡିଓ କନଫରେନସି ମାଧ୍ୟମରେ ବାର୍ତ୍ତାଳାପ କରୁଥିବା ବେଳେ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରେ ଏହା ଆଜି ଆରମ୍ଭ ହୋଇଛି । ଗଂଜାମ ଜିଲ୍ଲା ମୁଖ୍ୟାଳୟ ସହିତ ସମସ୍ତ ବ୍ଲକ ଗୁଡିକର ଭିଡିଓ କନଫରେନସିଙ୍ଗ ସଂଯୋଗୀ କାରଣ ଆଜି କରାଯାଇଛି । ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ସ୍ଥିତ କନଫରେନ୍ସ ହଲରୁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗ ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ସମୀକ୍ଷା କରିଥିଲେ । ବିଶେଷକରି ତିତିଲି କ୍ଷତିଗ୍ରସ୍ତଙ୍କୁ ପଲିଥିନ ବିତରଣ, ପାନୀୟଜଳ ସମସ୍ୟା, ବିଦ୍ୟୁତ ସଂଯୋଗୀକରଣ, ଘରଭଙ୍ଗା ଆକଳନ, ପଶୁ ସମ୍ପଦ କ୍ଷୟକ୍ଷତି ଆକଳନ, ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜଳର କ୍ଷୟକ୍ଷତି ଏବଂ ଫସଲ କ୍ଷୟକ୍ଷତି ଆକଳନ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ମୁଖ୍ୟାଳୟ ଏବଂ ବ୍ଲକ ମାନଙ୍କ ସହିତ ଭିଡିଓ  କନଫରେନସିଂ ସଂଯୋଗୀକରଣ ରାଜ୍ୟରେ ପ୍ରଥମ କରି ଗଂଜାମରେ କାର୍ଯ୍ୟକାରୀ କରାଯାଇଛି । ଏହାଦ୍ୱାରା ଜିଲ୍ଲାସ୍ତରୀୟ ଅଧିକାରୀମାନେ  ସିଧା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ସହିତ ବାର୍ତାଳାପ ଓ କାର୍ଯ୍ୟର ସମୀକ୍ଷା କରିପାରିବେ । ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହରେ ଅନୁଷ୍ଠିତ ହେବ । ପ୍ରତି ସୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳ   ଏବଂ ଅନ୍ୟାନ୍ୟ ଅଧିକାରୀ ବ୍ଲକ  ସହିତ ଭିଡିଓ କନଫରେନସିଂ ଆୟୋଜନ କରିବେ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହା ଛଡା ଜିଲ୍ଲା କାର୍ଯ୍ୟାଳୟକୁ ବ୍ଲକ ଗୁଡ଼ିକରୁ ଅଧିକାରୀମାନେ ଆସିବା ସୀମିତ ହୋଇଯିବ ଏହା  ସହିତ କାର୍ଯ୍ୟ ଅଧିକ ଗତିଶୀଳ ହୋଇପାରିବ ବୋଲି ପ୍ରେସ ବିବୃତିରେ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଦାସ, ଗ୍ରାମ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଦାନନ୍ଦ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ବ୍ଲକ ସ୍ତରରେ ମଧ୍ୟ ସମ୍ପୃକ୍ତ ବ୍ଲକ ଉନୟନ ଅଧିକାରୀ, ତହସିକଦାର  ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିବା ବେଳେ  ଜିଲ୍ଲା  ଇ ଗଭର୍ଣ୍ଣସ ମ୍ୟାନେଜର ଗୁରୁ ପ୍ରସାଦ ଦୋରା  ଏହାର ବୈଷୟିକ ପରିଚାଳନା କରିଥିଲେ ।