ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜମ ଜିଲ୍ଲାରେ ନିର୍ବାଚନୀ ଆଦର୍ଶ ଆଚରଣ ବିଧିକୁ କଡାକଡି ଭାବେ ଲାଗୁ କରାଯାଉଛି ।ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପର୍ଯ୍ୟନ୍ତ ସାର୍ବଜନୀନ ସ୍ଥାନରେ ୯୫୬ଟି କାନ୍ଥ ଲିଖନ, ୧୪୦୮୬ ଟି ପୋଷ୍ଟର, ୫୮୭୮ଟି ବ୍ୟାନର, ଅନ୍ୟାନ୍ୟ ୩୪୯୭, ଏଭଳି ସମୁଦାୟ ୨୪୪୬୮ଟି ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଗୁଡିକ ହଟାଯିବାର ବ୍ୟବସ୍ଥା କରାଯାଇଛି । ସେଭଳି ଗତକାଲି ପର୍ଯ୍ୟନ୍ତ ବ୍ୟକ୍ତିଗତ ସ୍ଥାନରେ ୫୨୭ଟି କାନ୍ଥ ଲିଖନ, ୯୩୭ଟି ପୋଷ୍ଟର, ୫୩୬ଟି ବ୍ୟାନର, ଅନ୍ୟାନ୍ୟ ୩୦ଟି ଏଭଳି ସମୁଦାୟ ୨୦୦୬ଟି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେଗୁଡିକ ହଟାଇବାର ବ୍ୟବସ୍ଥା କରାଯାଇଛି । ସି-ଭିଜିଲ ଆପ ମଧ୍ୟମରେ ଆସିଥିବା ୨୦ଟି ମାମଲା ମଧ୍ୟରୁ ୫ଟି ପ୍ରକୃତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୧୫ଟି ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା