ଗଞ୍ଜାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୨୨ରେ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ…

ଛତ୍ରପୁର(ସମୃଦ୍ଧ ଓଡିଶା )ଗଞ୍ଜାମବ୍ଲକ ମାଲଡ଼ରେ ପ୍ରତିଷ୍ଠା ହେବ ମେଘା ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହାର  ଭିତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି।  ହୁମା ସାଲ୍ଟ ପଡିଆଠାରେ  ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ବିଧାୟକ ଡ଼ଃ . ପ୍ରିୟାଂଶୁ ପ୍ରଧାନ ,ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଆରଡବ୍ଲୁଏସଏସ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ ,ବ୍ଲକ ଉପାଧ୍ୟାଖ୍ୟା ମିନତୀ ପ୍ରଧାନ,ପୂର୍ବତନ ବ୍ଲକ ଉପାଧକ୍ଷ ଭାଗ୍ୟ ରେଡି,ଛାତ୍ର ବିଜୁଜନତା ଦଳ ଉପ ସଭାପତି ଲିଙ୍ଗରାଜ ମହାପାତ୍ର,ସରପଞ୍ଚ ନିରଞ୍ଜନ ରେଡି, ସମିଟିସଭ୍ୟ କୈଳାସ ଚନ୍ଦ୍ର ସ୍ବାଇଁ ପ୍ରମୁଖ ଙ୍କ ସମେତ  ବିଭିନ୍ନ ପଞ୍ଚାୟତର  ନିର୍ବାଚିତ ଲୋକ ପ୍ରତିନିଧି ଓ ଦଳୀୟ କର୍ମକର୍ତା ମନେ ଉପସ୍ଥିତ ଥିଲେ। ଆଗାମୀ କାର୍ଯ୍ୟକ୍ରମ  ପାଇଁ  ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ସଜାଗ ରହିବା ପାଇଁ  ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଭିନ୍ନ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଏହି  କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନକୁ ଗୁରୁତ୍ୱ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଲାଇଫ ଟେଲିକାଷ୍ଟ ମାଧ୍ୟମରେ ଶୀଳାନ୍ୟାସ କରିବେ ବୋଲି ଜିଲ୍ଲାପ୍ରସାଶନ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ଦ୍ଵାରା ଗଂଜାମ ଓ ପୁରୀ ଜିଲ୍ଲାର ୩୦୫ ଗୋଟି ଗ୍ରାମର  ୨ ଲକ୍ଷ ୯୦ ହଜାର ଲୋକ ଉପକୃତ ହେବେ ଓ  ସେଥିମଧ୍ୟରୁ ଗଂଜାମ ବ୍ଲକର  ୫୫ ଟି ଗ୍ରାମର ୫୩ ହଜାର ଲୋକ ଉପକୃତ ହେବେ ବୋଲି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ରାୟ ସୂଚନା ଦେଇଛନ୍ତି।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା