

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମରେ ପୁଣି ଏନକାଉଣ୍ଟର ! ଏନକାଉଣ୍ଟରରେ ଆହତ ହୋଇଛନ୍ତି ଦୁର୍ଦାନ୍ତ ଅପରାଧି ମୋହମଦ ଇମ୍ରାନ । ଭଞ୍ଜନଗର ସୋରାଦେବୀ ମନ୍ଦିର ନିକଟରେ ମୋହମଦକୁ ଏନକାଉଣ୍ଟର ମାଧ୍ୟମରେ କାବୁ କରି ସଫଳତା ହାସଲ କରିଛି ଭଞ୍ଜନଗର ପୋଲିସ । ଦୁର୍ଦାନ୍ତ ଅପରାଧି ମୋହମଦ ଇମ୍ରାନର ଦୁଇଟି ଗୋଡ଼ରେ ଦୁଇଟି ଗୁଳି ବାଜିଛି ଓ ତାହଠାରୁ ଗୋଟେ ବାଇକ, ପିସ୍ତଲ ଆଉ ଗୋଟେ ରାଉଣ୍ଡ ଜୀବନ୍ତ ଗୁଲିକୁ ପୋଲିସ ଜବତ କରିଛି । ନିକଟ ଅତୀତରେ ହୋଇଥିବା ଭଞ୍ଜନଗର ସିରିଜ ବୋମାଡିଙ୍ଗ କେଶରେ ସେ ମୁଖ୍ୟ ଅଭିଯୁକ୍ତ ଅଟେ । ଏନକାଉଣ୍ଟର ସମୟରେ ଆଉ ଜଣେ ଅପରାଧି ତଥା ଇମ୍ରାନର ସହଯୋଗୀ କେଶବ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି, ତାକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଇମ୍ରାନର ପ୍ରାଥମିକ ଚିକିତ୍ସା ନିମନ୍ତେ ପ୍ରଥମେ ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରାଯାଇଥିଲା । ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯିବା ନେଇ ଭଞ୍ଜନଗର ଏସଡିପିଓ ସୂଚନା ଦେଇଛନ୍ତି । ଏଥିରେ ଦୁଇ ଜଣ ପୋଲିସ ଅଧିକାରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା