ଗଞ୍ଜାମ୍ ଜିଲ୍ଲା କଳାକାର ମହାସଂଘ ତରଫରୁ କାର୍ଯ୍ୟକାରି ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ୍ ଜିଲ୍ଲା କଳାକାର ମହାସଂଘ ତରଫରୁ ସଭାପତି ଅନୀଲ କୁମାର ପାତ୍ରଙ୍କ ସଭାପତିତ୍ବରେ ଶ୍ରୀ ତ୍ର୍ୟମ୍ବକେଶ୍ଵର ମହାଦେବ ପୀଠ, ରଣଝlଲ୍ଲି ଠାରେ କାର୍ଯ୍ୟକାରି ବୈଠକ ଅନୁଷ୍ଠିତ ହେଇଯାଇଛି l ଆଗାମୀ ଡିସେମ୍ବର ୮ ତାରିଖରେ ଜଗତେଶ୍ୱର ମହାଦେବ ମନ୍ଦିର (ତାରାତାରିଣୀ ଛକ) ଗଗନ ରଣlଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ପାଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସଂଘ କର୍ମକର୍ତାଙ୍କ ନିଷ୍ପତ୍ତିରେ ଗୁରୁତ୍ଵ ଆରୋପ କରାଯାଇଛି l ଏହାସହ ସଂଘକୁ ସରକାରୀ ସ୍ୱୀକୃତି (ରେଜିଷ୍ଟ୍ରେସନ୍) ପ୍ରାପ୍ତ ଅନୁଷ୍ଟାନ କରି କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବାରେ କାର୍ଯ୍ୟକ୍ରମକୁ ରୂପାୟନ କରି ନିଦ୍ଧିଷ୍ଟ ତାରିଖ ଚୟନ କରି ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ କରାଯାଇଥିଲା l ଏଥିରେ ଗଞ୍ଜାମ ଜିଲ୍ଲାର କଳାକାର ମହାସଂଘର ସଭାପତି ଅନିଲ କୁମାର ପାତ୍ର, ଉପଦେଷ୍ଟା ମଦନ ମିଶ୍ର, ସାଧାରଣ ସମ୍ପାଦକ ଟୁକୁ ପାଢ଼ୀ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ପଟ୍ଟନାୟକ, ସେକ୍ରେଟାରୀ ନିଲୁ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସୀମା ମହାନ୍ତି, କୃଷ୍ଣ ପଣ୍ଡା, ରବି ବାରିକ, ଭାସ୍କର ସେନାପତି, ଦନାରଦନ, ରବି ପାଢ଼ୀ, ବୈଜେଷ୍ଟ ନିର୍ଦ୍ଦେଶକ, ରଣଝାଲିର ସମସ୍ତ କଳାକାର ବସନ୍ତ ଜଇଣ୍ଟ ସେକ୍ରେଟାରୀ, ସଂଗୀତ ନିର୍ଦ୍ଦେଶକ ଦୈତାରୀ ଏବଂ ମାଷ୍ଟ୍ର ପ୍ରତାପଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା