
ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ଗତକାଲି ରାତିରେ ଘଟିଥିବା ବୋମା ମାଡ଼ ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିଲେ । ଏ ନେଇ ଆଜି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ ଦଦରଲୁଣ୍ଡା ଗ୍ରସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଏହି ଘଟଣାରେ ମୃତ୍ୟୁବରଣ କରିଥିବା କୃଷ୍ଣ ଗୌଡ଼ଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷରେ ଏହି ବିସ୍ଫୋରଣରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ଅଞ୍ଚଳରେ ପାଟ୍ରୋଲିଂଙ୍କୁ ଜୋରଦାର କରାଯାଇଛି ଓ ତଦନ୍ତ ଜାରି ରହିଛି ।
ରିପୋର୍ଟ : ନିଲୁ ବିଷୋୟୀ