


ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନେତୃତ୍ୱରେ ଗତକାଲି ସାଢେ ୧୦ରେ ଜଗନ୍ନାଥପୁରରୁ ରମ୍ଭା ପର୍ଯ୍ୟନ୍ତ ରାଜପଥ କଡ ର ସମସ୍ତ ଦେଶୀ, ବିଦେଶୀ ମଦ ଦୋକାନ, ଢ଼ାବା ଓ ବିଭିନ୍ନ ହୋଟେଲ ଉପରେ ଚଢ଼ଉ କରାଯାଇଛି । ଏଥିରେ ୭ ଜଣଙ୍କୁ ଅଟକ ରଖାଯାଇଛି । ୭ କାର୍ଟୁନ ବିଅର, ୨୩.୫ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ଚଢ଼ଉରେ ଗଞ୍ଜାମ ଅବକାରୀ ଅଧ୍ୟକ୍ଷ ରାମଚନ୍ଦ୍ର ମିଶ୍ର, ଅବକାରୀ ଗଙ୍ଗା ପାଇକରାଇ, ଦୁର୍ଯ୍ୟଧନ ଦିଗଲ, ଉମାକାନ୍ତ ସ୍ୱାଇଁ, ନବସ୍ମିତା ନାୟକଙ୍କ ସମେତ ସମସ୍ତ ଅବକାରୀ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା