

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାନୁୟାରୀ ୨୭ତାରିଖ ଦିନ ଦିନିକିଆ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନୁୟାରୀ ୨୭ତାରିଖ ଦିନ ରଙ୍ଗେଇଲୁଣ୍ଡାରେ ଅନୁଷ୍ଠିତ ହେବାକୁ ଥିବା କୃଷକ ମହାସମାବେଶାରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରିବେ । ଏହି ମହା ସମାବେଶରେ ପ୍ରାୟ ଏକ ଲକ୍ଷ ଚାଷୀ ଓ ଭାଗଚାଷୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ପ୍ରାୟ ୨୭ ହଜାର ଭାଗଚାଷୀ ଓ ୨୦ ହଜାର ବିଭିନ୍ନ ଚାଷୀଙ୍କୁ ବିଭିନ୍ନ ପ୍ରକାର ସହାୟତା ମୁଖ୍ୟମନ୍ତ୍ରୀ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ବିଭାଗର ବିବିନ୍ନ ପ୍ରକାର ସହାୟତା ହିତାଧିକାରୀ ଚାଷୀମାନଙ୍କୁ ସେହିଦିନ ବଣ୍ଟନ କରାଯିବ । ଏହା ସହ କାଳିଆ ଯୋଜନା ସମ୍ପର୍କରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ସମ୍ପର୍କିତ ବାର୍ତ୍ତା ଚାଷୀମାନଙ୍କୁ ଦିଆଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ମଧ୍ୟ ଚାଷୀମାନଙ୍କୁ ଅବଗତ କରାଯିବ । ଏହି ଚାଷୀ ମହାସମାବେଶ କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଗଞ୍ଜାମଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ଡା. ପ୍ରିୟାଂଶୁ ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସ୍କା ବିଧାୟକ ଦେବରାଜ ମହାନ୍ତି, ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସଦାନନ୍ଦ ମିଶ୍ର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସବ୍ୟସାଚି ହୋତା, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ, କୃଷି ଉପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


