

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ମୁଖ୍ୟମନ୍ତ୍ରୀ କୃଷକମାନଙ୍କର ଉନ୍ନତି ସକାଶେ ଐତିହାସିକ ଯେଉଁ କାଳିଆ ଯୋଜନା କରିଛନ୍ତି ତାହାକୁ କିପରି ଚାଷୀମାନଙ୍କୁ ସଚେତନ କରାଇପାରିବେ ସେଥି ନିମନ୍ତେ ଏକ ସଚେତନତା ରଥ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ରାଜ୍ୟର ସମସ୍ତ ଜିଲ୍ଲା ଓ ପଞ୍ଚାୟତରେ ବୁଲାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏହି ରଥ ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର ଡ଼ିଆରଡ଼ିଏ ଠାରେ ପହଂଚିଥିବା ବେଳେ ଏହାକୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସ୍ୱାଗତ କରାଯାଇଛି । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଉପାଧ୍ୟକ୍ଷା ଅମିତା ସାହୁ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରାଙ୍କ ସମେତ ବହୁ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ରଥ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକର ପୋଡ଼ାପଦର ଗ୍ରାମ ପଞ୍ଚାୟତରେ ଆଜି ପରିକ୍ରମା କରି କାଳିଆ ଯୋଜନା ସଂପର୍କରେ ଚାଷୀମାନଙ୍କୁ ବ୍ୟାପକ ସଚେତନତା କରାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


