

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ନବ ନିଯୁକ୍ତ ବ୍ଳକ, ଏନଏସି, ମ୍ୟୁନିସିପାଲିଟି, ମହାନଗର ନିଗମ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଜିଲ୍ଲାର ସମସ୍ତ ନବ ନିର୍ବାଚିତ ସଭାପତି ମାନଙ୍କୁ ସ୍ଥାନୀୟ ସଂଗଠନ ବିଷୟରେ ଆଲୋଚନା କରିଥିଲେ ଏବଂ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଥିଲେ । ଶେଷରେ କଂଗ୍ରେସର ବିଚାରଧାରାକୁ ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେ ବିଷୟରେ ଗୁରୁମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ନେତ୍ରୀ ବନଜା ପଣ୍ଡା, ଏନ. ଗଣେଶ ରେଡ଼ି, କୃଷ୍ଣଚନ୍ଦ୍ର ବିଷୋୟୀ, ବିଦ୍ୟାଧର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଚିନ୍ମୟ ହୋତା, ମହେଶ୍ୱର ପାତ୍ର ଉପସ୍ଥିତ ଥିଲେ । ଶେଷରେ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ ।
