

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବାପୁଜି ଆଶ୍ରମ ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ପୂର୍ଣ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଗାନ୍ଧିନଗର ସ୍ଥିତ ମହାତ୍ମା ଗାନ୍ଧିଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ସହ ଜିଲ୍ଲା କଂଗ୍ରେସ ଭବନରେ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ପୀତବାସ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା । ଏଥିରେ ବକ୍ତା ମାନେ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କର ବଳି ଏବଂ ତ୍ୟାଗ ଉପରେ ଅଲୋଚନା କରିବା ସହ ମାନବ ସଭ୍ୟତା ଥିବା ଯାଏଁ ଗାନ୍ଧିବାଦୀ ରହିବ ଓ ସାରା ପୃଥିବୀ ଯେତେବେଳେ ହିଂସା ଓ ଘୃଣାର ଜର୍ଜରିତ ସେତେବେଳ ଗାନ୍ଧିଙ୍କ ଅହିଂସା ହି ଏହାର ସମାଧାନ ବୋଲି କଂଗ୍ରେସ ନେତା ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଶ୍ରୀଯୁକ୍ତ ପୀତବାସ ପଣ୍ଡା, ବୃନ୍ଦାବନ ଖଟେଇ, ଯୋଗୀ ବେହେରା, ପତିତ ପାବନ ଖଣ୍ତାୟତ, ଶିଵରାମ ପଣ୍ଡା, ପି ରାଜା ରାଓ, ନାରାୟଣ ନାୟକ, ବିଶ୍ଵନାଥ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
