ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତିଙ୍କ ପଟ୍ଟା ରିକ୍ସା ଚାଳକଙ୍କୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ଯାହା ଆହ୍ୱାନ ଦେଉଛନ୍ତି ବର୍ତ୍ତମାନ ତାହା ସମସ୍ତ ପାର୍ଟି ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ଦଳ ଏକତ୍ରିତ ହୋଇ ପ୍ରତିଷେଧକ ମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଘଣ୍ଟା ବାଡେଇ କରୋନା ଯୋଦ୍ଧା ତଥା ସାମ୍ବାଦିକ, ପୋଲିସ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କର । ସମସ୍ତେ ପାଳନ କଲେ । ତାଳି ମାରି ଦୀପ ଜାଳି କରୋନାକୁ ହଟାଓ । ସମସ୍ତେ କଲେ । ଘରୁ ନ ବାହାରି ଘରେ ଯୋଗ କର । ସମସ୍ତେ କରୁଛନ୍ତି । ପୁଣି କହିଲେ ଅସହାୟ ଗରିବ ଲୋକଙ୍କୁ ସାହାର୍ଯ୍ୟ କର । ସମସ୍ତେ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମସ୍ତ ବାର୍ତ୍ତାକୁ ଦଳଗତ ନିର୍ବିଶେଷରେ ସମସ୍ତେ ପାଳନ କରୁଛନ୍ତି । ସମସ୍ତେ ଏକ ଜୁଟ ହୋଇଛନ୍ତି କେବଳ ଗୋଟିଏ ମାତ୍ର ଜାତୀୟ ବିପତ୍ତି କରୋନା ଭୁତାଣୁ ହଟାଓ । ପ୍ରଧାନମନ୍ତ୍ରୀ ଏଥିପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହାକି ଜନତା କର୍ଫ୍ୟୁ ତାପରେ ଲକଡାଉନ ତାପରେ ସଟଡାଉନ ଏଭଳି । ହେଲେ ଏଥିରେ ହଇରାଣ ହୁଅନ୍ତି କାମ ଧନ୍ଦା ନ ପାଇ ସାଧାରଣ ଶ୍ରମିକ । ଗରିବ ଖଟିଖିଆ ଦିନମଜୁରିଆ ରିକ୍ସା ଚାଳକ, ଅଟୋ ରିକ୍ସା ଚାଳକ ଯାହାରକି ଦିନକୁ ଦୁଇ ପଇସା ରୋଜଗାର କଲେ ପରିବାର ପରିପୋଷଣ କରିବେ । ସେମାନେ ଦୀର୍ଘ ଦିନ ଧରି ଲକଦଉନ ଯୋଗୁଁ ସର୍ବଶ୍ଵାନ୍ତ ହୋଇ ପଡିଛନ୍ତି । ଏପରିକି ଅଧିକାଂଶ ଜାଗାରେ ରୋଜଗାର ନଥିବା ଯୋଗୁଁ ମୁଠାଏ ଖାଇବାକୁ ନ ପାଇ ମୃତ୍ୟୁ ବରଣ କରିବାର ଖବର ମଧ୍ୟ ପହଞ୍ଚିଛି । ଏଭଳି ଅବସ୍ଥାରେ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ନିଜ ଗ୍ରାମକୁ ଫେରିବାକୁ ଡହଳବିକଳ ହେଉଛନ୍ତି । ଯେଉଁ କିଛି ଲୋକ ଫେରୁଛନ୍ତି ସେମାନଙ୍କୁ କ୍ଵାରେନଣ୍ଟାଇନରେ ରଖା ଯାଉଥିବାରୁ ସେମାନଙ୍କୁ ମାନସିକତା ମଧ୍ୟ ଦୂରଦିନ ଆଡକୁ ଗତି କରୁଛି । ଏଭଳି ଅବସ୍ଥାରେ କଂଗ୍ରେସର ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅସହ୍ୟ ହୋଇ କିଛି ଲୋକଙ୍କୁ କୌଣସି ଉପାୟରେ ମଧ୍ୟ ସାହାର୍ଯ୍ୟ କରିବା ପାଇଁ ବ୍ୟାକୁଳ ହୋଇଛନ୍ତି । ସେଥିପାଇଁ ଦେଶର କୋଣ କୋଣରେ କଂଗ୍ରେସ କର୍ମୀ ମାନେ ମଧ୍ୟ କିଛି ଅସହାୟଙ୍କୁ ସାହାର୍ଯ୍ୟ କରିବାକୁ ହାତ ବଢେଇଛନ୍ତି । ଏହାକୁ ପାଥେୟ କରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କିଛି ଅସହାୟ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆଗଭର ହୋଇଛନ୍ତି । ବ୍ରହ୍ମପୁର ବଡ଼ ବଜାରରେ ପଟ୍ଟା ରିକ୍ସା ଚଳାଇ ଦୁଇ ପଇସା ରୋଜଗାର କରି ଘର ପରିପୋଷଣ କରୁଥିବା ଏପରି ଶ୍ରମିକ ମାନଙ୍କର ଅବସ୍ଥା ଯେ ଏତେ ଦାରୁଣ ହୋଇଯାଇଛି ତାହା ନ ଦେଖିବା ଲୋକ ବୁଝି ପାରିବ ନାହିଁ । ଏଭଳି କରୋନା ଜନିତ ଦୁର୍ଦ୍ଧିନ ସମୟରେ ବ୍ରହ୍ମପୁରର ବଡ଼ ବଜାରରେ ପଟ୍ଟା-ରିକ୍ସା ଚାଳକମାନଙ୍କ ଦୁଃଖ ଦେଖି ହୃଦୟକୁ ପଥର କରି କଂଗ୍ରେସ ନେତା ପୀତବାସ ପଣ୍ଡା ସେମାନଙ୍କୁ ସାହାର୍ଯ୍ୟ କରିଛନ୍ତି । ଖାଲିରେ ଦିନଟିଏ ପାଇଁ ରନ୍ଧା ଖାଦ୍ୟ ଦେଇ ଆତ୍ମସନ୍ତୋଷ କରିବା ଭଳି କାର୍ଯ୍ୟ ନ କରି ସମସ୍ତଙ୍କୁ ଅନ୍ୟୁନ୍ୟ ଏକ ମାସ ପାଇଁ ଗୋଟିଏ ଲେଖାଏଁ ଚାଉଳ ବସ୍ତା ଓ ଡାଲି ବସ୍ତା ଲେଖାଏଁ ବଣ୍ଟନ କରି ବିଶେଷ ଧର୍ମ କରିଛନ୍ତି । ଏହାକୁ ବୁଦ୍ଧିଜୀବୀ ମହଲରେ ଅଶେଷ ପ୍ରଶଂସା କରିଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା