

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଞ୍ଜାମ ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନ ପ୍ରକଳ୍ପଗୁଡିକ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାର ପ୍ରତ୍ନତାତ୍ତ୍ୱିକ, ପର୍ଯ୍ୟଟନ ସ୍ଥଳ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରି ବିକାଶମୂଳକ ପ୍ରକଳ୍ପଗୁଡିକ ଅଗ୍ରଗତିର ସମୀକ୍ଷା କରିଛନ୍ତି । ଘଟକେଶ୍ୱର ମନ୍ଦିର ବହୁମୁଖୀ ପ୍ରକଳ୍ପ, ପୁରୁଷୋତ୍ତମପୁର ବ୍ଳକ୍ ଅଧିନସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିରର ବିବିଧ ବିକାଶ ପ୍ରକଳ୍ପ ଓ ଐତିହାସିକ ପର୍ଯ୍ୟଟନ ସ୍ଥଳ ଜଉଗଡ଼, କାଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସୌନ୍ଦର୍ଯ୍ୟ କରଣ ବଗିଚା ପ୍ରକଳ୍ପ, ଶାସନ ଆମ୍ବଗାଁର ଓଡିଶା ଆଦର୍ଶ ବିଦ୍ୟାଳୟ, ଦୁର୍ବନ୍ଧ ଉଚ୍ଚବିଦ୍ୟାଳୟ, ବ୍ରହ୍ମପୁର ମହାନଗର ନିଗମର ସ୍ପୋର୍ଟ୍ସ ଏରୋନା, ଏବଂ ମହାନଗରୀ ମଧ୍ୟସ୍ଥଳରେ ଅବସ୍ଥିତ ରାମଲେଙ୍ଗେଶ୍ୱର ପୋଖରୀ ପାର୍କର ସୌନ୍ଦର୍ଯ୍ୟ କରଣ ପ୍ରକଳ୍ପ ଆଦି ପରିଦର୍ଶନ କରି ଅଗ୍ରଗତି ପରଖିବା ସହିତ ସମୀକ୍ଷା କରିଥିଲେ । ସମୀକ୍ଷା କରି କହିଥିଲେ ଯେ’ ବହୁମୁଖୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବାକୁ ପ୍ରମୁଖ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିବିଧ ପ୍ରକଳ୍ପ ଜୋରସୋରରେ ଚାଲି ଥିବା ମଧ୍ୟ ସେ ହୃଦୟଙ୍ଗମ କରିଥିଲେ । ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଘଡ଼କା ଜଳସ୍ରୋତ ଯାହା ଋଷିକୁଲ୍ୟା ନଦୀ ସହିତ ସଂଯୋଗ ରହିଛି, ସେହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି । ବ୍ରହ୍ମପୁର ଅଞ୍ଚଳ ତଥା କୁକୁଡାହାଣ୍ଡି ଏବଂ ରଙ୍ଗେଇଲୁଣ୍ଡା ବ୍ଲକର ପ୍ରାୟ ୭୫ ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳକୁ ୮.୨୫ ଏମ୍.ଏଲ୍.ଡ଼ି ପରିମାଣର ଜଳ ଏହି ପ୍ରକଳ୍ପ ଯୋଗାଇବ । ଏହା ବ୍ୟତୀତ କୁକୁଡାହାଣ୍ଡି ତହସିଲରେ ୬ଶହ ହେକ୍ଟର ଜମିକୁ ଏହି ପ୍ରକଳ୍ପ ଜଳସେଚନ ମଧ୍ୟ କରିବ ବୋଲି କୁହାଯାଇଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୭୨.୦୬ କୋଟି । ଜୁଲାଇ-୨୦୨୨ ପୂର୍ବରୁ ଏହି ବୃହତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଓଡ଼ିଶାର ମୁଖ୍ୟଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନ ସଚିବ ଶ୍ରୀ ମହାପାତ୍ର ତାରତାରିଣୀ ମନ୍ଦିରର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ମନ୍ଦିର ଗଠନକୁ ମଜବୁତ କରିବା ସହିତ ମନ୍ଦିର ଭିତର ଓ ବାହାରେ ଆବଶ୍ୟକ ପରିମାଣରେ ଆଲୋକର ଵ୍ୟଵସ୍ଥାପନା, ସୌରଶକ୍ତି ଚାଳିତ ଆଲୋକବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ତ୍ୱରାନ୍ୱିତ କରାଯିବା, ଯାହା ପର୍ଯ୍ୟଟକ, ଆଗନ୍ତୁକ, ପରିଦର୍ଶକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଯଥେଷ୍ଟ ସୁବିଧା ସୃଷ୍ଟି କରିବ ସେ ଦିଗରେ ଧ୍ୟାନଦେଇ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଯଥାଶୀଘ୍ର ଅର୍ଥାତ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀ ମହାପାତ୍ର ଜଣାଇଥିଲେ I ପୁରୁଷୋତ୍ତମପୁର ସହର ଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ ଐତିହାସିକ ଜଉଗଡ଼ ଠାରେ ସଂରକ୍ଷଣ ଏବଂ ପର୍ଯ୍ୟଟନ ବିକାଶ ପ୍ରକଳ୍ପ କ୍ଷେତ୍ରର ଅଗ୍ରଗତି ସମ୍ପର୍କରେ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । କାଳେଶ୍ୱର ଉଦ୍ୟାନର ବିକାଶ ପ୍ରକଳ୍ପ, ଶାସନ ଆମ୍ବାଗାରେ ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟ, ହିଞ୍ଜିଳି କାଟୁ ଏବଂ ଦୁର୍ବନ୍ଧ ଉଚ୍ଚବିଦ୍ୟାଳୟରେ ନୂତନଶିକ୍ଷାନୀତି “ପରିବର୍ତ୍ତନ” କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବୁଲି ଦେଖିଥିଲେ । ମୁଖ୍ୟଶାସନ ସଚିବ ବ୍ରହ୍ମପୁର କ୍ରୀଡା ମଞ୍ଚର ବିକାଶ ଏବଂ ରାମଲିଙ୍ଗେଶ୍ୱର ଟ୍ୟାଙ୍କରେ ବିକାଶ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ଆଦି ବୁଲି ଦେଖିଥିଲେ । ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଠାରେ ମୁଖ୍ୟ ଶାସନ ସଚିବ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ କରି ପ୍ରତ୍ୟେକ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ଜଳସେଚନ, ଇନ-ଷ୍ଟ୍ରିମ୍ ବ୍ୟାରେଜ୍ ଏବଂ ରିଙ୍ଗରୋଡ୍ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆପଙ୍ଗ ଆଓ, ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଜ଼ିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ମହାନଗର ନିଗମ କମିଶନର ଡ଼ଃ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ଏବଂ ବ୍ରହ୍ମପୁର ଉପ-ଜ଼ିଲ୍ଲାପାଳ ୱ. କୀର୍ତ୍ତି ଭାସନ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ସମୀକ୍ଷା ବୈଠକରେ ନିଜ ନିଜର ତଥ୍ୟ ରଖିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




