ଗଞ୍ଜାମ ଜିଲ୍ଲା ପୋଲିସର ଛତ୍ରପୁର ଥାନା ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗଞ୍ଜାମ ଜିଲ୍ଲା ପୋଲିସର ଛତ୍ରପୁର ଥାନା ପକ୍ଷରୁ ଛତ୍ରପୁରର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଛତ୍ରପୁର ଏସଡିପିଓ ଉତ୍କଳ କେଶରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ଏବଂ ଟ୍ରାଫିକର ବିଭିନ୍ନ ନିୟମ ଉପରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏଥିରେ ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବ ସମାଜର ସଚେତନ ଅଭାବରୁ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି ଏଣୁ ସେମାନଙ୍କୁ ନୀତିନିୟମ କରାଯାଇଛି ବୋଲି କୁହାଯାଇଥିଲା । ଏହାସହ ଗାଡି ଚଳାଇବା ସମୟରେ ହେଲମେଟ ବ୍ୟବହାର କରିବା, ଗାଡି ଚଳାଇବା ସମୟରେ ମଦ୍ୟପାନ କରିବା ନାହିଁ, ଗାଡି ସହାୟତା ସମୟରେ ସିଟ ବେଲଟ ବ୍ୟବହାର କରିବା, ଦ୍ରୁତ ଗତିରେ ଗାଡି ଚଳାଇବା ନାହିଁ, ଦୁର୍ଘଟଣା ପୀଡିତାଙ୍କୁ ତୁରନ୍ତ ସହଯୋଗ କରି ଚିକିତ୍ସାଳୟରେ ଭର୍ତ୍ତି କରିବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିଶ୍ୱାଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବରିଷ୍ଠ ନାଗରିକ କୃପାସିନ୍ଧୁ ପଣ୍ଡା, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡୀ, ପଣ୍ଡିତ ନୀଳକଣ୍ଠ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର କୁମାର ଦାଶ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ନିକୁଞ୍ଜ ବିହାରୀ ଦାଶ ପ୍ରମୁଖ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ଥାନା ଅଧିକାରୀ ପ୍ରିୟାଂଶୁ ରଞ୍ଜନ ଛୋଟରାଏ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନା କାର୍ଯ୍ୟକ୍ରମରେ ଛତ୍ରପୁର ଆଖପାଖ ଅଂଚଳର ପ୍ରାୟ ୧ହଜାରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରନା ପଣ୍ଡା