ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାର୍ଯ୍ୟରତ ପ୍ରାଣୀଧନ ନିରୀକ୍ଷକ ସ୍ୱର୍ଗତଃ ଆର୍. ଦୁର୍ଯ୍ୟୋଧନଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଲେ ଗଞ୍ଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ l ଏହି ସଂଘର ସମସ୍ତ ସଭ୍ୟମାନେ ମିଳିତ ହୋଇ ସ୍ୱର୍ଗତ ଦୁର୍ଯ୍ୟୋଧନଙ୍କ ପରିବାରକୁ ୭୦,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ତାଙ୍କ ପତ୍ନୀଙ୍କୁ ଚେକ ଆକାରରେ ପ୍ରଦାନ କରିବା ସହ ସ୍ୱର୍ଗତ ଦୁର୍ଯ୍ୟୋଧନଙ୍କ ଆତ୍ମାର ସଦଗତି କାମନା କରିଥିଲେ l ଏହି ସମୟରେ ଜିଲ୍ଲା ସଂଘ ସଭାପତି, ସମ୍ପାଦକ, ରାଜ୍ୟ ସଂଘ ଦକ୍ଷିଣ ଭାଗ ସଂଗଠକ, ହିଞ୍ଜିଳି ବ୍ଲକର ସମସ୍ତ ସଭ୍ୟ ଉପସ୍ଥିତ ରହିଥିଲେ l
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା