ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ସକାଳ ୮ ଘଣ୍ଟା ସମୟରେ ବ୍ରହ୍ମପୁର ଷ୍ଟାଡିୟମରେ ଜୁନିୟର ବାଳିକା ଗଞ୍ଜାମ ଜିଲ୍ଲା ବକ୍ସିଂ ଦଳ ଚୟନ ଶିବିର ଗଞ୍ଜାମ ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୟନ ହୋଇଥିବା ଖେଳାଳିମାନେ ହେଲେ ରାଣୀ ଦାସ – ୪୪ ଟୁ ୪୬ କେଜି, ଭି.ରାଜେଶ୍ୱରୀ ରେଡ୍ଡୀ – ୪୬ ଟୁ ୪୮ କେଜି, ଆୟୁସ୍ମିତା ମିଶ୍ର – ୫୨ ଟୁ ୫୪ କେଜି. ଜୟାଲକ୍ଷ୍ମୀ ମିଶ୍ର – ୫୪ ଟୁ ୫୭ କେଜି, ଅନୁରାଧା ଜେନା – ୫୭ ଟୁ ୬୦ କେଜି । ଏହି କାର୍ଯ୍ୟକ୍ରମରେ ଚୟନ କର୍ତ୍ତା ଭାବେ କେ. ପ୍ରଭାକର ରାଓ ଜିଲ୍ଲା ବକ୍ସିଂ ସମ୍ପାଦକ, ଅରକ୍ଷିତ ପାଣିଗ୍ରାହୀ ଓଏବିଏ ଆର/ଜେ କୋଚ, ଶିବରାମ ପାତ୍ର, ଲଡୁ କିଶୋର ସାହୁ, ସୁମନ ଦାସ, ବୁଲୁ ପାତ୍ର ଓ ଶିଶିର କୁମାର ପାଣିଗ୍ରାହୀ ରହିଥିଲେ । ଏଥିରେ ସ୍ଥାନୀୟ କୋଚ ତଥା ଜାତୀୟ ରିଫରିଙ୍କ ସମେତ ବ୍ରହ୍ମପୁର ଷ୍ଟାଡିୟମଠାରେ ଅଭ୍ୟାସ କରୁଥିବା ସମସ୍ତ ସିନିୟର ବକ୍ସର ମାନେ ମଧ୍ୟ ସହଯୋଗ କରିଥିଲେ । ଏଥିରେ ମୋଟା ୧୦ଜଣ ବକ୍ସର ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଉପରୋକ୍ତ ଚୟନ କରାଯାଇଥିବା ୫ ଜଣଙ୍କୁ ୩୦ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ବକ୍ସିଂ ଚୟନ ଶିବିରକୁ ପଠାଯିବ । ଏହି ଦଳ ଖେଳ ପ୍ରଦର୍ଶନ କରିବ ବୋଲି ଜିଡିଏଏ ର ସମ୍ପାଦକ ଅଶୋକ ସାହୁ ଜଣାଇଛନ୍ତି । କେଶବ ପଣ୍ଡା, ରବୀନ୍ଦ୍ର ପଣ୍ଡା, ଅନିଲ ସାହୁ, ଲକ୍ଷ୍ମୀକାନ୍ତ ପାଢ଼ୀ, ଷ୍ଟାଡ଼ିୟମର କୋଚଙ୍କ ସମେତ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ମଧ୍ୟ ଆଶା ପ୍ରକଟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା