

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ବେଲଗୁଣ୍ଠା ବ୍ଲକ ଶାଖା ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନେଟେଙ୍ଗା ଶିବ ମନ୍ଦିର ପରିସରରେ ପ୍ରଶାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କଳାକାର ସମାବେଶକୁ ଉଦବୋଧନ ଦେଇ ସାମ୍ପ୍ରତିକ ସ୍ଥିତିରେ କଳାକାରମାନେ ସଂଘ ମନସ୍କ ଓ ପରସ୍ପର ମଧ୍ୟରେ ଭାଇଚାରା ଭାବକୁ ଦୃଢିଭୂତ କରିବା ନିମନ୍ତେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ସଂଘ ଜିଲ୍ଲା ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାଷ ଚନ୍ଦ୍ର ସାହୁ ରୋଶନ୍ ପରାମର୍ଶ ଦେଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଓଡ଼ିଶା ସାମ୍ବାଦିକ ସଂଘ ଭଞ୍ଜନଗର ବ୍ଲକ ସଭାପତି ତଥା ବରିଷ୍ଠ କଳାକାର ଜୟକୃଷ୍ଣ ପଟ୍ଟନାୟକ ସାଙ୍ଗଠନିକ ଶକ୍ତିକୁ ସୁଦୃଢ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ଏବଂ ଦକ୍ଷିଣ ଓଡ଼ିଶା ସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରଙ୍କ ଅସ୍ମିତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବେଲଗୁଣ୍ଠା ବ୍ଳକ୍ ସମ୍ପାଦକ ରଞ୍ଜିତ ପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ବ୍ଲକ ସଂଯୋଜକ ଈଶ୍ୱର ଚନ୍ଦ୍ର ଗୌଡ଼ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
