

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ମହାନଗର ନିଗମ ଓ ଗଞ୍ଜାମ ଜିଲ୍ଲର ଲାଗି ରହିଥିବା ବିଭିନ୍ନ ବିଦ୍ୟୁତ ସମସ୍ୟାକୁ ନେଇ ସାଉଥକୋର ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରି ସାଉଥକୋ ମୁଖ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ୱରେ ଏକ ରାଲି କମାପଲ୍ଲୀ ଛକ ଠାରୁ ବାହାରି ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା । ଅଘୋଷିତ ବିଦ୍ୟୁତ କାଟ୍ ବନ୍ଦ କରିବା, ଟ୍ରନ୍ସଫର୍ମର ଚାରି ପଟେ ବେରିକେଟ୍ ନିର୍ମାଣ, ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଂଟକୁ ପରିବର୍ତ୍ତନ କରି ନୂତନ ଖୁଂଟ ବସାଯିବା, ବ୍ରହ୍ମପୁର ମହାନଗର ନିଗମରେ ଭୂତଳ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥାକୁ ତୁରନ୍ତ କରାଯିବା ନେଇ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ଏହି ଅବସରରେ ଜିଲ୍ଲା ସଭାପତି କାହ୍ନୁଚରଣ ପତିଙ୍କ ସମେତ ବହୁ କର୍ମକର୍ତ୍ତାମାନେ ସାଉଥକୋ କାର୍ଯ୍ୟାଳୟରେ ଦାବି ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



