ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାଷା ସାହିତ୍ୟ କଳା ଓ ସଂସ୍କୃତି ବିକାଶ ପରିଷଦର ଏକ ଖୋଲା ଅଧିବେଶନ ଗଞ୍ଜାମ କଳା ପରିଷଦ ଠାରେ ସଂଘର ସଭାପତି ତ୍ରିନାଥ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଡଃ ପ୍ରଫୁଲ୍ଲ ସାହୁ, ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ମହାରଣା, ଏବଂ କବି ସୁସାନ୍ତ ଦାସ, ମଞ୍ଚାସିନ ଥିଲେ । ଏହି ଅବସରରେ ଡଃ ହରିକୃଷ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ନବୀନ କୁମାର ପଟ୍ଟନାୟକ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁସାନ୍ତ ସାବତ ଓ ସୂର୍ଯ୍ୟ କାନ୍ତ ପାତ୍ର ଏହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିସହ ଏହି କାର୍ଯ୍ୟକ୍ରମରେ ସ୍ୱର୍ଣ୍ଣ ପ୍ରଭା ପାଢି, ଯୋସ୍ନାରାଣୀ ସ୍ୱାଇଁ, ମଣିମାଳା ବିଷୋୟୀ ରତ୍ନ, ପୂଷ୍ପାଞ୍ଜଳି ସାହୁ, ମଞ୍ଜୁପ୍ରଭା ତ୍ରିପାଠୀ, ସଂଯୁକ୍ତା ନାୟକ, ଏହିପରି ୨୨ ଜଣ ମହିଳା ତଥା ଧର୍ମ ପରାୟଣା ଓ ସମାଜସେବୀ, ଶିକ୍ଷୟିତ୍ରୀ, କବିୟତ୍ରି ସ୍ୱାସ୍ଥ୍ୟ ସେବିକା, ନୃତ୍ୟ ସଂଗୀତ ନିପୁଣା ଓ ଗୃହିଣୀ ମାନଙ୍କୁ ଉପଢୌକନ, ସମ୍ମାନ ପତ୍ର ସହ ପୁଷ୍ପ ଗୁଚ୍ଛ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା