

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଲୋକାଲ ବସ୍ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବାବାଜିତୋଟା ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ କୁମାର ପତି ପରିଚାଳନା କରିଥିଲେ । ଏହି ଅବସରରେ କମିଟିର ସଭାପତି ଓ ଉପସଭାପତି କମିଟି ପକ୍ଷରୁ କମିସନରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଅଳ୍ପ ସମୟ ପାଇଁ ୫ଟି ଜାକ ଛକ (ତାଲୁକା ଆସିକା ରୋଡ, ଗେଟବଜାର, ସିଟି ହସ୍ପିଟାଲ, ବିଜିପୁର ଛକ, କମାପୁଲି ଛକ)ରେ ରହଣି ନିମନ୍ତେ ରାଜି ହେଲେ କମିସନର ବୋଲି ବସ୍ ମାଲିକ ସଂଘ ପକ୍ଷରୁ ଜଣାଇଥିଲେ । ଏହି ବୈଠକରେ ସଭାପତି ସନ୍ତୋଷ କୁମାର ପତି, ସମ୍ପାଦକ ମୁନି ବେଗେ, ଉପସଭାପତି ଦୁଯଧନ ସାହୁ, ସିମାଞ୍ଚଳ ପୃଷ୍ଠିଙ୍କ ସମେତ ବହୁ ବସ ମାଲିକମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

