


ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ଓ ଖୁସିର ଦୀପାବଳି ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଛତ୍ରପୁର ବ୍ଲକର ଶତାଧିକ ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ ନେଇ ଉପହାର ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱରର ଅତିରିକ୍ତ ଡି.ସି.ପି. ତପସ୍ପିନୀ ଆରୁଖ ଯୋଗଦେଇ ସେବା ମନବୃତି ନେଇ କରାଯାଇଥିବା ଛୋଟ ଛୋଟ ତ୍ୟାଗ କିପରି ଅନେକଙ୍କ ଜୀବନରେ ବଡ ବଡ ସଫଳତା ଆଣିଥାଏ ତାହାର ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ସମାଜ ସେବି ପ୍ରଫୁଲ୍ଲ ପଟ୍ଟନାୟକ ଯୋଗଦେଇ ମହାସଂଘର ଏହିଭଳି ନିୟମିତ ସେବା କାର୍ଯ୍ୟକ୍ରମକୁ ଭୁୟସୀ ପ୍ରସଂଶା କରିବା ସହ ଏହାର ଆୟୋଜକ କେ ଆନନ୍ଦ ରାଓଙ୍କ ମଙ୍ଗଳ କାମନା କରିଥିଲେ । ବିଶିଷ୍ଟ ବ୍ୟବସାୟୀ ପ୍ରଭାକର ରାଓ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥିଭାବେ ସୁଧୀର କୁମାର ପଟ୍ଟନାୟକ ଯୋଗଦେଇ ଭିନ୍ନକ୍ଷମମାନଙ୍କ ନିମନ୍ତେ କରାଯାଇଥିବା ଏହି ସେବା ମୂଳକ କାର୍ଯ୍ୟକ୍ରମକୁ ସମାଜରେ ଥିବା ଅବହେଳିତ ଓ ଅସହାୟମାନଙ୍କ ପାଇଁ ପ୍ରକୃତ ଉପହାର ବୋଲି କହିବା ସହ ଖୁସିର ଦୀପାବଳୀକୁ ସହ ସହ ଲୋକଙ୍କ ଭିତରେ ବଣ୍ଟାଯାଇଥିବା ଖୁସିହିଁ ପ୍ରକୃତ ଖୁସି ବୋଲି ବର୍ଣ୍ଣନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥନର ପୃଷ୍ଠପୋଷକ ତଥା ଗଂଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ କେ. ଆନନ୍ଦ ରାଓ ସଂଯୋଜନା କରିଥିବା ବେଳେ ସମର୍ଥର କାର୍ଯ୍ୟକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ । ଅଂଶ ଗ୍ରହଣ କରିଥିବା ସମସ୍ତ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ଗୋଟିଏ ଗୋଟିଏ ବାଲଟି ଚାଉଳ, ଗୋଟିଏ ପାଛୁଡି ସହ ୩୧ ଟଙ୍କା ଲେଖାଏଁ ଦକ୍ଷିଣା ମଧ୍ୟ ଦିଆଯାଇଥିଲା । ଶେଷରେ ସମସ୍ତଙ୍କ ପାଇଁ ସୁସ୍ଵାଦୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା

