ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସମୂହ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଗତ ରବିବାର ତଥା ତା ୧୨.୫.୨୦୧୯ ରିଖରେ ରାମହରୀନଗର ୨ୟ ଲାଇନର କାହୁଁଚରଣ ପଣ୍ଡାଙ୍କ ବାସଭବନରେ ଅନୁଷ୍ଠିତ କରାଯାଇଛି । ଏହି ବୈଠକ ରାସବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ବୈଠକ ଆରମ୍ଭରେ ବାତ୍ୟାରେ ମୃତ୍ୟୁ ବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଏବଂ ଡା. ଶ୍ରୀରାମ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ସାହୁ ଓ ଦ୍ୱୀତିକୃଷ୍ଣ ପଣ୍ଡାଙ୍କ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା କରି ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ କାମନା କରାଯାଇଥିଲା । ଏହି ଅବସରରେ ବୈଠକରେ ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ ପାତ୍ର ବିବରଣୀ ପାଠ କରି ଅନୁମୋଦନ କରାଇଥିଲେ । କୋଷାଧ୍ୟକ କାହ୍ନୁଚରଣ ପଣ୍ଡା ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏହାସହ ସଭାପତି, ସାଧାରଣ ସଂପାଦକ ଓ କୋଷାଧ୍ୟକଙ୍କ ନାମରେ ଆନ୍ଧ୍ରବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ୪ଜଣିଆ ବାଇଲ କମିଟି ଗଠନ କରାଯାଇଛି, ସଂଘକୁ ରେଜିଷ୍ଟ୍ରେସନ କରିବା ପାଇଁ କମିଟିକୁ ଦାୟିତ୍ୱ ଦିଆଯାଇଛି । ପ୍ରକାଶ ଚନ୍ଦ୍ର ପଣ୍ଡାଙ୍କୁ ସଂଗଠନ ସଂପାଦକ ଭାବେ ମନୋନୀତ କରାଯାଇଛି । ବିଭିନ୍ନ ଅବସର କର୍ମଚାରୀ ସଂଘ ସହିତ ଯୋଗାଯୋଗ କରି ସଭ୍ୟ ସଂଗ୍ରହ ପାଇଁ ସମସ୍ତଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏଥିରେ ଡା. ଶ୍ରୀବାତ୍ସ ଦଳାଇ, ଡା. ବାସୁଦେବ ଲିମା, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଗଣପତି ବେହେରା, ପୂର୍ଣ୍ଣଚନ୍ଦ୍ର ସାହୁ, ଦେବରାଜ କୋଠିଆ, ବସନ୍ତ କୁମାର ଗନ୍ତାୟତ ପ୍ରଭୃତି ଅଂଶ ଗ୍ରହଣ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଶେଷରେ କାହ୍ନୁ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିମାସ ୫ମ ରବିବାର ଦିନ ସନ୍ଧ୍ୟା ୫ ଘଣ୍ଟିକା ସମୟରେ ସୂର୍ଯ୍ୟକାନ୍ତ ପାତ୍ରଙ୍କ ଘରେ ବୈଠକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା