ଗଞ୍ଜାମ ପୁଇଁତୋଳା ଜାତୀୟ ରାଜପଥ-୧୬ ରେ ତିନୋଟି ମାଲ ବାହିଟ୍ରକ ଦୁର୍ଘଟଣା ଗ୍ରସ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପୁଇଁତୋଳା ଜାତୀୟ ରାଜପଥ -୧୬ ରେ ତିନୋଟି ମାଲ ବାହିଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି ।ସେଥିରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇଥିବାରୁ ଛତ୍ରପୁର ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ହାଇଡ୍ରୋଲିକ କଟରକୁ ବ୍ୟବହାର କରି ଡ୍ରାଇଭରକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଛତ୍ରପୁର ମେଡିକାଲକୁ ପଠାଇଥିଲେ । ଉଦ୍ଧାର କରିଥିବା ଅଗ୍ନିଶମ କର୍ମଚାରୀମାନେ ହେଲେ ଅଭିରାମ ନାୟକ, ଶେଖ ବଶିରୁଦ୍ଧିନ, ଉମାକାନ୍ତ ମୁଗରୀ, ସୁମନ ମଲ୍ଲୀକ, ନିରଞ୍ଜନ ବେହେରା ଓ କାହ୍ନୁ ଶ୍ରୀଚନ୍ଦନ ପଣ୍ଡା ବୋଲି ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା