ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମ ତରଫରୁ “ସମାଜର ବରିଷ୍ଠ ନାଗରିକମାନଙ୍କ ପ୍ରତି କର୍ତ୍ତବ୍ୟ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ଫୋରମର ସଭାପତି ରାସ ବିହାରୀ ଦାସ ସଭାପତିତ୍ୱ କରିବା ସହିତ ସଂଯୋଜନା କରିଥିଲେ । ଏଥିରେ ଭେଷଜ ବିଶେଷଜ୍ଞ ଡା. ପ୍ରଫୁଲ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଜିଲ୍ଲା ଜର୍ଜ ବିଶେଷ ଅବନୀ ରଞ୍ଜନ ଦାସ, ବରିଷ୍ଠ ସାମ୍ବାଦିକ ରବି ରଥ, ବରିଷ୍ଠ ରାଜନେତା ଭଗବାନ ଗନ୍ତାୟତ, ଅବସର ପ୍ରାପ୍ତ ଡ଼. ଜିଏମ ଆଇଆରଆଇର ସୂର୍ଯ୍ୟକାନ୍ତ ପାତ୍ର, ସମବାୟବିତ ଅଲେଖ ଚୌଧୁରୀ ସୁନାମ ଧନ୍ୟ ଅବସରର ପ୍ରାପ୍ତ ଡା. ନରସିଂହ ପ୍ରସାଦ ପାଢ଼ୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଫୋରମର ସାଧାରଣ ସମ୍ପାଦକ ସିମାଞ୍ଚଳ ପ୍ରସାଦ ବିଷୋୟୀ ଓ ଉପସଭାପତି ପ୍ରଭାକର ସାହୁ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ସମାଜର କର୍ତ୍ତବ୍ୟ ଉପରେ ବିଭିନ୍ନ ବକ୍ତାମାନେ ମଞ୍ଚରେ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଏହି ଆଲୋଚନା ଚକ୍ରକୁ ଗଞ୍ଜାମ ପୁସ୍ତକ ମେଳା କମିଟି ସହଯୋଗ କରିଥିଲେ । ଫୋରମର ସଭ୍ୟ ଅଶୋକ କୁମାର ସାହୁ, ମନମୋହନ ପରିଚ୍ଛା, ଭିଷ୍ମଚାର୍ଯ୍ୟ ଚୌଧୁରୀ, ସୌମିକ ସାହୁ, ନିରଞ୍ଜନ ମହାନ୍ତି, ପୂର୍ଣଚନ୍ଦ୍ର ମହାରଣା, ବିଜୟ କୁମାର ପଟ୍ଟନାୟକ, ରବି ମହାରଣା, ନରସିଂହ ପାଣିଗ୍ରାହୀ, ନରସିଂହ ସାହୁ, ଜୟନ୍ତିଲାଲ ଚୌହାନ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା