ଛତ୍ରପୁର (ସମୃଦ୍ଧ ଓଡିଶା) ଏସପିଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହ ସଡ଼କ ସୁରକ୍ଷା ଉପରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ବିସ୍ତୃତ ଆଲୋଚନା କରିଛନ୍ତି । ଗଞ୍ଜାମ ପୋଲିସ ଜିଲ୍ଲାର ବିିଭିନ୍ନ ଥାନା ଅଞ୍ଚଳରେ ଘଟୁଥିବା ସଡ଼କ ଦୁର୍ଘଟଣା କିପରି ରୋକା ଯାଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ କହିବା ସହିତ ନୀୟମିତ ହେଲିମେଟ୍ ଚେକିଂ ଓ ସଡ଼କ ନୀୟମ ଭାଙ୍ଗୁଥିବା ବାଇକ ଚାଳକଙ୍କ ଉପରେ ତୀକ୍ଷଣ ନଜର ରଖିବାକୁ ଏସପି କହିଛନ୍ତି । ଏହାସହ ଥାନା ଅଞ୍ଚଳ ଗୁଡ଼ିକରେ ପଡ଼ି ରହିଥିବା ୱାରେଟିଂ ଧରିବା, ବେଆଇନ ମଦ କାରବାର ଉପରେ ନୀୟମିତ ଚଢଉ କରିବା, ଗ୍ରାମାଅଞ୍ଚଳ ଗୁଡ଼ିକରେ ଗୁଣିଗାରେଡ଼ି ସନ୍ଦେହ ଦୂର କରି ଆମ ପୋଲିସ ସମିତି ବୈଠକ ମାଧ୍ୟମରେ ବ୍ୟାପକ ସଚେତନ କରିବା, ଦଲାଲଙ୍କ ମାଧ୍ୟମରେ ବିନା ପଞ୍ଜିକରଣରେ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନଙ୍କୁ ରୋକିବା ଓ ଥାନା ଅଞ୍ଚଳ ଗୁଡ଼ିକରେ ପଡ଼ି ରହିଥିବା କେଶ୍ ଗୁଡ଼ିକ ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ସମୀକ୍ଷା ବୈଠରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ସୀତାରାମ ଶତପଥୀ ଓ ଅମରେଶ କୁମାର ପଣ୍ଡା, ଡିଏସପି ଏସ. ସାମଲ, ରିଜର୍ଭ ଇନିସପେକ୍ଟର ସୁବଳ ସୁରେନ୍ , ଗଞ୍ଜାମ ଆରଟିଓ ସଞ୍ଜୟ କୁମାର ବିିଶ୍ୱାଳ, ଭଞ୍ଜନଗର ଏମଭିଆଇଙ୍କ ସମେତ ଗଞ୍ଜାମ ପୋଲିସ ଜିଲ୍ଲାର ସମସ୍ତ ଥାନାର ଅଧିକାରୀ ଓ ଉଚ୍ଚପଦାଧିକାରମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା